ନୂଆଦିଲ୍ଲୀ,୮।୧୨: ଭାରତ-ଚାଇନା ସୀମା ସମସ୍ୟା ସମ୍ପର୍କିତ ଆଲୋଚନା ଡିସେମ୍ବର ୨୧ରେ ସମ୍ପନ୍ନ ହେବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆୟୋଜିତ ଆଲୋଚନାରେ ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍ ଓ୍ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଓ୍ବାଙ୍ଗ୍ ଡିସେମ୍ବର ୨୦ରୁ ୨୩ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ଏହାପୂର୍ବରୁ ଭାରତ-ଚାଇନା ସୀମା ସମ୍ପର୍କିତ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଓ୍ବାଙ୍ଗ୍ ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ବାତିଲ କରାଯାଇଥିଲା।