ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: ୫ରୁ ମିଳିବ ଟିକେଟ

କଟକ ଅଫିସ,୧୬।୧୧: ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିଲାଗି ଡିସେମ୍ବର ୫ ତାରିଖରୁ ଅନ୍‌ଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ। ସେହିଭଳି ୧୯ରେ ଷ୍ଟାଡିୟମ କାଉଣ୍ଟରରେ ଟିକେଟ ମିଳିବ ବୋଲି ଶନିବାର ସୁରକ୍ଷା ବୈଠକ ପରେ ଓସିଏ ସମ୍ପାଦକ ଏବଂ ପୋଲିସ କମିଶନର ଏହି ସୂଚନା ଦେଇଛନ୍ତି।
ତେବେ ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଟିକେଟ ଲାଗୁ ହେବ। ଏହାଛଡ଼ା ଷ୍ଟାଡିୟମ ଭିତରକୁ ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଏବଂ ହେଲମେଟ୍‌ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ମ୍ୟାଚ୍‌ ପାଇଁ ଉଭୟ ଟିମ୍‌ ୧୯ରେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ଜଣାପଡ଼ିଛି।

Share