Categories: ଫୁରସତ

ଡିସେମ୍ବର ୨୨ରେ ଶାହରୁଖ୍‌ଙ୍କ ‘ଡଙ୍କି’

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ଜୱାନ’ ବର୍ତ୍ତମାନ ବକ୍ସ ଅଫିସ୍‌ରେ ଧମାଲ କରୁଛି। ନିକଟରେ ସିନେମା ୪୦୦ କୋଟି କ୍ଲବରେ ସାମିଲ ହୋଇଛି। ଶାହରୁଖ ତାଙ୍କ ଆଗାମୀ ଫିଲ୍ମ ବାବଦରେ କିଛି ସୂଚନା ଦେଇଛନ୍ତି। ତେବେ ଚଳିତବର୍ଷ ତାଙ୍କର ଫିଲ୍ମ ‘ପଠାନ୍‌’ ଏବଂ ‘ଜୱାନ’ ରିଲିଜ୍‌ ପରେ ତାଙ୍କ ଆଗାମୀ ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବ ବୋଲି କୁହାଯାଉଥିଲା। ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଫିଲ୍ମ ‘ଡଙ୍କି’ରେ ଶାହରୁଖ ନଜରକୁ ଆସୁଥିବାବେଳେ ତାହା ଏହି ବର୍ଷ ଶେଷକୁ ପରଦାକୁ ଆସିବ ବୋଲି ଜଣାପଡ଼ିଛି। ଚଳିତବର୍ଷ ଖ୍ରୀଷ୍ଟମାସ ଅବସରରେ ସିନେମା ରିଲିଜ୍‌ ହେବ ବୋଲି ଶାହରୁଖ ଘୋଷଣା କରିଛନ୍ତି। ତେବେ ଶାହରୁଖ୍‌ ତାଙ୍କ ପ୍ରଶଂସକଙ୍କ ପାଇଁ ଶ୍ରେଷ୍ଠ ଅଭିନୟ ଜାରି ରଖିଥିବା କହିଛନ୍ତି। ଡିସେମ୍ବର ୨୨ରେ ଏହା ଦର୍ଶକଙ୍କ ପାଖରେ ପହଞ୍ଚତ୍ବ। ଚଳଚ୍ଚିତ୍ରରେ ଶାହରୁଖ୍‌ଙ୍କ ବ୍ୟତୀତ ରାଜକୁମାର ହିରାନୀ, ତାପସୀ ପନ୍ନୁ, ଭିକ୍କି କୌଶଲ, ସତୀଶ ଶାହା, ବୋମାନ ଇରାନୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ମୁଭିଟି କମେଡି ଡ୍ରାମାରେ ଭରି ରହିଛି। ଶାହରୁଖ ୧୯୯୨ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେବେଠାରୁ ସେ ଦର୍ଶକଙ୍କ ପସନ୍ଦ ରହିଆସୁଛନ୍ତି।

Share