ରାଜନଗର,୨୪।୧୨(ଡି.ଏନ୍.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ଏ ନେଇ ଡିଏଫ୍ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏହି ଦିନଗୁଡିକରେ ବଉଳା କୁମ୍ଭୀର ଓ ବିଦେଶରୁ ଆସୁଥିବା ପକ୍ଷୀମାନଙ୍କ ଗଣନା କରାଯିବ ବୋଲି ଜଣାପଡ଼ିଛି।