ନ୍ୟୁୟର୍କ, ୨୪।୧୨: ଡିସେମ୍ବର ୨୬ରେ ସାରା ଦୁନିଆ ବଡ଼ଦିନ ପାଳନରେ ବ୍ୟସ୍ତ ଥିବାବେଳେ ଏକ ବଡ଼ ମହାଜାଗତିକ ଘଟଣା ଘଟିବାକୁ ଯାଉଛି। ଏହି ଦିନ ସକାଳ ୭ଟା ୫୪ରେ ପୃଥିବୀ ନିକଟରେ ଘଣ୍ଟାପ୍ରତି ୪୪ ହଜାର ଶହେ ୭୨ କିମି ବେଗରେ ଇଫେଲ ଟାଓ୍ବାରଠାରୁ ଦୁଇଗୁଣା ଉଚ୍ଚା ଗ୍ରହାଣୁପିଣ୍ଡ ୨୦୦୦ ସିଏଚ୍-୫୯ ଗତି କରିବ। ଏହାର ଆକାର ୨ ହଜାର ୩୪ ଫୁଟ ବୋଲି ନାସା ପକ୍ଷରୁ ଅନୁମାନ କରାଯାଇଛି। ଏହା ପୃଥିବୀଠାରୁ ୭,୨୯୧,୪୦୦ କିମି ଦୂରରେ ଗତି କରିବ। ଯଦି ଗ୍ରହାଣୁପିଣ୍ଡର ଗତି କମେ ତେବେ ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହେବାର ଆଶଙ୍କା ରହିଛି। ତେବେ ଏପରି ହେବାର ସମ୍ଭାବନା କମ୍ ବୋଲି ନାସା ପକ୍ଷରୁ କୁହାଯାଇଛି।
Posted inଅନ୍ତର୍ଜାତୀୟ