ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ ବ୍ରହ୍ମାସ୍ତ୍ର: ଭିଡ଼ିଓ ଶେୟାର କଲେ ଆଲିଆ

ମୁମ୍ବାଇ: ହିନ୍ଦି ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜ୍‌ ତାରିଖ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଶେଷରେ ଏହାର ଅନ୍ତ ଘଟିଛି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମ ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ। ଏନେଇ ଆଲିଆ ଭଟ୍ଟ ଏହାର ଘୋଷଣା ସମ୍ପର୍କିତ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଛନ୍ତି। ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଘରେ ରଣବୀର କପୁର, ଆଲିଆ ଏବଂ ଅୟାନଙ୍କ ଉପସ୍ଥିତରେ ଏହି ଭିଡ଼ିଓର ଶୁଟିଂ କରାଯାଇଛି। ଆଲିଆ ହାତରେ ଏକ କାର୍ଡ ଧରିଛନ୍ତି। ଏଥିରେ ୪ ଡିସେମ୍ବର ୨୦୨୦ ଲେଖାଯାଇଛି। ଫିଲ୍ମଟି ହିନ୍ଦୀ ସହିତ ତାମିଲ୍‌, ତେଲୁଗୁ, ମଲୟାଲମ୍‌ ଏବଂ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ୍‌ ହେବ। ଫିଲ୍ମର ନିର୍ମାଣରେ ୧୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି।

Share