Categories: ଜାତୀୟ

‘ଡିସେମ୍ବର ୬ରୁ ରାମମନ୍ଦିର ନିର୍ମାଣ’

ଏଟା,୨୫ା୯(ଆଇଏଏନ୍‌ଏସ୍‌): ଅଯୋଧ୍ୟାରେ ଆସନ୍ତା ଡିସେମ୍ବର ୬ ତାରିଖରୁ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ମଙ୍ଗଳବାର ଭାଜପା ଏମ୍‌ପି ସାକ୍ଷୀ ମହାରାଜ କହିଛନ୍ତି। ଉତ୍ତରପ୍ରଦେଶର ଉନ୍ନାଓ ଆସନର ଭାଜପା ଏମ୍‌ପି ସାକ୍ଷୀ କହିଛନ୍ତି, ରାମମନ୍ଦିର ସମ୍ପର୍କିତ ମାମଲାର ଶୁଣାଣି ପ୍ରାୟ ଶେଷ ହୋଇଗଲାଣି। ତେଣୁ ମନ୍ଦିର ନିର୍ମାଣ ଡିସେମ୍ବର ୬ରେ ଆରମ୍ଭ ହେବ ବୋଲି ସେ ଅନୁଭବ କରୁଛନ୍ତି। ହିନ୍ଦୁତ୍ୱ ବିଚାରଧାରା କେବେହେଲେ ମସ୍‌ଜିଦ୍‌ କିମ୍ବା ଚର୍ଚ୍ଚ ଭାଙ୍ଗିବାକୁ ଉଦ୍ୟମ କରିନାହିଁ ବୋଲି ସେ କହିଛନ୍ତି। ଅଯୋଧ୍ୟା ଶୁଣାଣି ମଙ୍ଗଳବାର ୩୦ ଦିନରେ ପହଞ୍ଚତ୍ଥିବାବେଳେ ମୁସ୍‌ଲିମ୍‌ ପକ୍ଷର ଓକିଲ ରାଜୀବ ଧଓ୍ବନ ତାଙ୍କ ଯୁକ୍ତି ବାଢ଼ିଛନ୍ତି।

Share