ବେଙ୍ଗାଲୁରୁ,୧୨।୧୧: ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମନ୍ତ୍ରୀ ଡି.କେ. ଶିବକୁମାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉଚ୍ଚ ରକ୍ତଚାପ ବଢିଯିବାରୁ ମଙ୍ଗଳବାର ଭୋରରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ଦିଲ୍ଲୀର ତିହାର ଜେଲରେ ଥିବା ଶିବକୁମାର ନିକଟରେ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଶିବକୁମାର ପିଠିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଉଚ୍ଚ ରକ୍ତଚାପ ବଢିଯାଇଥିବା ଡାକ୍ତରମାନେ କହିଛନ୍ତି। ଜେଲ୍ରେ ଥିବାବେଳେ ମଧ୍ୟ ତାଙ୍କର ପିଠି ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା କରାଯାଇଥିଲା।