ଡି.ବିଶାଖାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସହଯୋଗର ହାତ ବଢ଼ାଇଲା ପେଣ୍ଠକଟା ତେଲୁଗୁ ଯୁବକ ସଂଘ

ପୁରୀ ଅଫିସ,୧୪।୨: ପୁରୀ ପେଣ୍ଠକଟାସ୍ଥିତ ଡି.ବାବାଜୀ ଓ ଡି.ଚିତାମ୍ମାଙ୍କ ବଡ଼ପୁଅ ଡି.ବିଶାଖା(୧୮) ଗତ ୧ ମାସ ଧରି ବୋନ୍‌ମ୍ୟାରୋ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ବିଶାଖା ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଚିକିତ୍ସା ଲାଗି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପରିବାରର ଅବସ୍ଥା ଯୋଗୁ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଏଥିନେଇ ସହଯୋଗର ହାତ ବଢ଼ାଇଛନ୍ତି ପେଣ୍ଠକଟା ତେଲୁଗୁ ଯୁବକ ସଂଘ। ଏକ ସପ୍ତାହ ମଧ୍ୟରେ କୋଣାର୍କ ଚନ୍ଦ୍ରଭାଗା ନୋଳିଆ ଅଞ୍ଚଳରୁ ୬୦ ହଜାର ଓ ପେଣ୍ଠକଟାରୁ ୩ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ତେବେ ଅନ୍ୟ ବଦାନ୍ୟ ବ୍ୟକ୍ତି ବିଶାଖାଙ୍କ ଚିକିତ୍ସା ଲାଗି ସହଯୋଗ କରନ୍ତୁ ବୋଲି ସଂଘର କର୍ମକର୍ତ୍ତା ଅନୁରୋଧ କରିଛନ୍ତି।

Share