ଡୁଙ୍ଗୁରୁଗୁଡା ଗ୍ରାମରେ ତିନି ଭାଇଙ୍କୁ ବାସନ୍ଦ ଘଟଣା: ବିଇଓଙ୍କ ସହ ଆଲୋଚନା କଲେ ବାସନ୍ଦ ପରିବାର

ପାତ୍ରପୁର,୧୭ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ୩ଭାଇଙ୍କୁ ଗ୍ରାମରୁ ବାସନ୍ଦ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ମଙ୍ଗଳବାର ପାତ୍ରପୁର ଆସି ବିଇଓଙ୍କ ସହ ଆଲୋଚନା କରିଛନ୍ତ ବାସନ୍ଦ ପରିବାର। ବାସନ୍ଦ ପରଠାରୁ ଉକ୍ତ ପରିବାରର ପିଲାମାନଙ୍କୁ ସ୍କୁଲରେ ଅଲଗା ଜାଗାରେ ବସାଯାଉଛି। ସେମାନଙ୍କ ସହ କେହି କଥା ହେଉ ନାହାନ୍ତି। ଯିଏ କଥା ହେବ ୫୦୦ ଟଙ୍କା ଫାଇନ ଦେବବୋଲି ଗ୍ରାମ ତରଫରୁ ଚେତାବନୀ ଦିଆଯାଇଥିବା ବାସନ୍ଦ ପରିବାର ଅଭିଯୋଗ କରିଥିଲେ। ଏନେଇ ପିଲାମାନେ ସ୍କୁଲକୁ ଯାଉନାହାନ୍ତି। ପାତ୍ରପୁର ବିଇଓ କୋରେଶୁ ସେଠୀ, ଏବିଇଓ ସୀମାଞ୍ଚଳ ପାଇକ, ବିଆର୍‌ସିସି ସୁଶିଳ ପାତ୍ରଙ୍କ ସହ ଉକ୍ତ ବାସନ୍ଦ ପରିବାର, କିଛି ବୁଦ୍ଧିଜୀବୀ ଆଲୋଚନା କରିଥିଲେ। ଏନେଇ ଆସନ୍ତାକାଲି ପୁଣି ଡୁଙ୍ଗୁରୁଗୁଡ଼ା ସ୍କୁଲକୁ ବିଇଓ କାର୍ଯ୍ୟାଳୟ ତରଫରୁ ଗ୍ରସ୍ତ ହେବ ଓ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରାଯିବ ବୋଲି ପ୍ରକାଶ ପାଇଛି ।

ପ୍ରକାଶଥାଉକି, ଗ୍ରାମରେ ଥିବା ବିଦ୍ୟାଳୟରେ କାୈଣସି କଥାକୁ ନେଇ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ବାପା ଓ ଦାଦାଙ୍କୁ ଗ୍ରାମବାସୀ ବାସନ୍ଦ କରିଥିଲେ। ମାମଲାର ସମାଧାନ ପାଇଁ ଗ୍ରାମରେ ବାରମ୍ବାର ବୈଠକ ହେଉଥିଲେ ମଧ୍ୟ ମାମଲା ତୁଟିବା ବଦଳରେ ଦିନକୁ ଦିନ ଗମ୍ଭୀର ହେଉଛି।