ଡୁବୁରୀରେ ବିଧବା ମହିଳାଙ୍କ ମନର କଥା

ପୁରୀ ଅଫିସ,୨୨।୨: ପୁରୀ ଅଫିସ,୨୧ା୨
ପଶ୍ଚିମବଙ୍ଗର ଏକ ସମ୍ପ୍ରଦାୟ ରହିଛି, ଯେଉଁମାନଙ୍କର କୌଳିକ ବୃତ୍ତି ହେଉଛି ପାଣିରେ ହଜିଯାଇଥିବା ଜିନିଷ ଖୋଜି ବାହାର କରିବା। ଗାଧୋଇବା ସମୟରେ ହେଉ ଅବା ଅନ୍ୟ କୌଣସି କାରଣ ପାଇଁ ଯଦି କାହାର କିଛି ସାମଗ୍ରୀ ନଦୀ, ପୋଖରୀରେ ପଡିଯାଏ ତେବେ ଏମାନଙ୍କୁ ଡକାଯାଏ। ପଶ୍ଚିମବଙ୍ଗରେ ଏହି ସମ୍ପ୍ରଦାୟର ଲୋକଙ୍କୁ ଡୁବୁରୀ ବୋଲି କୁହାଯାଏ। ଗୋଲାପଡ଼ଙ୍ଗା ଗଁ। ର ବିଧବା ମହିଳା ନିଲୁ। ଏକଦା ପୋଖରୀରେ ଗାଧୋଉଥିବା ବେଳେ ତାଙ୍କ କାନଫୁଲ ଖସିପଡିଥିଲା। ଏହାକୁ ଖୋଜିବା ପାଇଁ ଗୋଲାପଡଙ୍ଗା ଗଁ। ରେ ପହଞ୍ଚିଲେ ସନାତନ। ପୋଖରୀରେ ପଶି ଦୀର୍ଘସମୟ ଖୋଜିଲେ କିନ୍ତୁ ନିଲୁଙ୍କ କାନଫୁଲ ପାଇଲେ ନାହିଁ। ପରମ୍ପରା ରହିଛି ଡୁବୁରୀମାନେ ଦିନକୁ କେବଳ ଥରେ ହିଁ ଖୋଜିବେ। ଏମିତି ସପ୍ତାହେ ବିତିଗଲା କିନ୍ତୁ ସନାତନ ପୋଖରୀରୁ କାନଫୁଲ ପାଇଲେ ନାହିଁ। ଏଥିପାଇଁ ତାଙ୍କୁ ନିଲୁଙ୍କ ଘରେ ରହିବାକୁ ପଡିଲା। ବିଧବା ନିଲୁ ବି ମାନସିକସ୍ତରରେ ସର୍ବଦା ଅସହାୟତା ଅନୁଭବ କରୁଥିଲେ। ବେଳେ ବେଳେ ଉଦାସରେ ରହୁଥିବା ନିଲୁଙ୍କୁ ବୁଝିପାରିଥିଲେ ସନାତନ। ଜଣେ ଅପରିଚିତ ଥିଲେ ବି ନିଲୁଙ୍କୁ ମାନସିକ ଦୁଶ୍ଚିନ୍ତାରୁ ମୁକୁଳାଇବା ପାଇଁ ଚେଷ୍ଟା କରିଥିଲେ। ଏମିତି ଏକ କାହାଣୀ ଉପରେ ପର୍ଯ୍ୟବସିତ ବେଙ୍ଗଲୀ ଚଳଚ୍ଚିତ୍ର ଡୁବୁରୀ ପ୍ରଦର୍ଶିତ ହୋଇଥିଲା ୧୭ତମ ବ୍ରିଙ୍ଗ ୟୋର ଓନ୍‌ ଫିଲ୍ମ ଫେଷ୍ଟିଭାଲ (ବାଏଅଫ୍‌)ର ଉଦ୍‌ଘାଟନୀ ସନ୍ଧ୍ୟାରେ। ହୋଟେଲ ପିଙ୍କ୍‌ ହାଉସ ସଂଲଗ୍ନ ବେଳାଭୂମିରେ ପ୍ରଦର୍ଶିତ ଏହି କଳା ଧଳା ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ କ୍ରିଷ୍ଣେନ୍ଦୁ ଦତ୍ତ। ୭୬ ମିନିଟ୍‌ର ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଜଣେ ବିଧବା ମହିଳାଙ୍କ ବାସ୍ତବରେ କିପରି ନିଃସଙ୍ଗ ଜୀବନ ବିତାଇଥାନ୍ତି ତାହା ଦର୍ଶାଇଛନ୍ତି। ସେହିପରି ଉଦ୍‌ଘାଟନୀ ସନ୍ଧ୍ୟାର ପ୍ରଥମ ଚଳଚ୍ଚିତ୍ର ଭାବେ ଶିରିନ ନିଶାତଙ୍କ ‘ଓମେନ ଉଇଦ୍‌ଆଉଟ ମେନ’ ଚଳଚ୍ଚିତ୍ରର ମଧ୍ୟ ସ୍କ୍ରିନିଂ କରାଯାଇଥିଲା। ଏହାର ଅବଧି ଥିଲା ୯୫ ମିନିଟ୍‌।
ଚଳଚ୍ଚିତ୍ରର ସ୍କ୍ରିନିଂ ପୂର୍ବରୁ ବାଏଅଫ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭିଏନାର କବି ଏବଂ ଐତିହାସିକ ୟୁଟି ଏଶିଙ୍ଗର ବାଏଅଫ୍‌କୁ ଉଦ୍‌ଘାଟନ କରି ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। ବାଏଅଫ୍‌ର ୧୭ବର୍ଷର ସଂଘର୍ଷମୟ ଯାତ୍ରାକୁ ନେଇ ଇଣ୍ଡିଆନ ପୋଷ୍ଟ ଏକ କ୍ୟାମେଲ କ୍ୟାରେଡ କଭର ବାହାର କରିଥିବା ଆୟୋଜକ ସୁଶାନ୍ତ ମିଶ୍ର ଘୋଷଣା କରିଥିଲେ। ଏହା ନିଶ୍ଚିତ ଆମ ପାଇଁ ଏକ ଗୌରବର ବିଷୟ ବୋଲି ସେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କପିଳାସ ଭୂୟଁ। , ରବୀନ୍ଦ୍ର କିଶୋର ସାହୁ ପ୍ରମୁଖ ଯୋଗଦେଇଥିଲେ।
ଏ ସମ୍ପର୍କରେ ଆୟୋଜକ ସୁଶାନ୍ତ ମିଶ୍ର କହିଛନ୍ତି, ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୁଦ୍ର ଚଳଚ୍ଚିତ୍ର ତିଆରି କରୁଛନ୍ତି କିନ୍ତୁ ପ୍ରଦର୍ଶନ ଲାଗି ସେମାନଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ମିଳୁ ନାହିଁ। ବଡ଼ ବଡ଼ ଚଳଚ୍ଚିତ୍ର ମହୋତ୍ସବରେ ସେମାନଙ୍କୁ ନେଉନାହାନ୍ତି। ତେଣୁ ଏହିଭଳି ଚଳଚ୍ଚିତ୍ର ନିର୍ମାତାଙ୍କୁ ଦୃଷ୍ଟିରେ ରଖି ବାଏଅଫ୍‌ର ପରିକଳ୍ପନା କରାଯାଇଥିଲା। ପ୍ରତିବର୍ଷ ପ୍ରାୟ ୮୦/୯୦ଟି ଚଳଚ୍ଚିତ୍ରର ସ୍କ୍ରିନିଂ ହୁଏ। ଚଳିତବର୍ଷ ମଧ୍ୟ ବହୁ ସଂଖ୍ୟାରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ସମ୍ଭାବନା ରହିଥିବା ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri