ଡେକାନ ୱାରିୟର୍ସ ଓ ଝାଡ଼େଶ୍ୱର ୱାରିୟର୍ସ ବିଜୟୀ

ବାଲେଶ୍ୱର ଅଫିସ,୫।୩- ବାଲେଶ୍ୱର ସହର ସ୍ଥାନୀୟ ପରମିଟ୍‌ ପଡ଼ିଆରେ ବାଲେଶ୍ୱର ପ୍ରିମିୟର ଲିଗ୍‌ ସିଜନ୍‌-୧୧ର ବୁଧବାର ସପ୍ତମ ଦିନରେ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍‌ଟି ଡେକାନ ୱାରିୟର୍ସ ଓ ବାଲେଶ୍ୱର ଲାୟନ୍ସ ଏବଂ ଦ୍ୱିତୀୟ ମ୍ୟାଚ୍‌ଟି ଝାଡ଼େଶ୍ୱର ୱାରିୟର୍ସ ଓ ଦି ଟାଇଟାନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡେକାନ ୱାରିୟର୍ସ ଓ ଝାଡ଼େଶ୍ୱର ୱାରିୟର୍ସ ବିଜୟୀ ହୋଇଛନ୍ତି।
ପ୍ରଥମ ମ୍ୟାଚ୍‌ରେ ବର୍ଷା ଯୋଗୁଁ ୨୦ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ୧୦ ଓଭର ଖେଳ ହୋଇଥିଲା। ଏଥିରେ ଡେକାନ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୪ ଉଇକେଟ୍‌ ବିନିମୟରେ ୧୦୯ ରନ୍‌ କରିଥିଲା। ଜବାବରେ ଲାୟନ୍ସ ସମ୍ପୂର୍ଣ୍ଣ ୧୦ ଓଭର ଖେଳି ମଧ୍ୟ ୧୬ ରନ୍‌ରେ ପରାଜିତ ହୋଇଥିଲା। ଦଳ ୪ଟି ଉଇକେଟ୍‌ ହରାଇ ୯୩ ରନ୍‌ କରିପାରିଥିଲା। ଡେକାନ ୱାରିୟର୍ସ ଖେଳାଳି ପ୍ରଦୀପ୍ତ ଦାସଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଝାଡ଼େଶ୍ୱର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ପୂର୍ବ ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ୍‌ ହରାଇ ୧୦୧ ରନ୍‌ କରିଥିଲା। ଜବାବରେ ଟାଇଟାନ୍ସ ୧୫ ଓଭରରେ ୮ ଉଇକେଟ୍‌ ହରାଇ ୯୮ ରନ୍‌ କରି ୩ ରନ୍‌ରେ ପରାସ୍ତ ହୋଇଥିଲା। ଝାଡ଼େଶ୍ୱର ତରଫରୁ ନରୋତ୍ତମ ଭଞ୍ଜ ସର୍ବାଧିକ ୪ଟି ଉଇକେଟ୍‌ ନେଇ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସାନ୍ତନୁ ଦାସ, ଅଶ୍ୱିନୀ ସାମଲ, ରାଜେଶ ମହାପାତ୍ର ଓ ପ୍ରୀତିରଞ୍ଜନ ବିଜୟ ସିଂ ମ୍ୟାଚ୍‌ଗୁଡ଼ିକୁ ପରିଚାଳନା କରିଥିବାବେଳେ ସୌମେନ୍ଦ୍ର ସାହୁ ଓ ରାହୁଲ ସିଂ ସ୍କୋରର ଦାୟିତ୍ୱରେ ଥିଲେ। ଗୁରୁବାର ଲିଗ୍‌ର ଶେଷ ମ୍ୟାଚ୍‌ ସି-ଟାଇଗର୍ସ ଓ ଗ୍ରୀନ ଲିଫ୍‌ ଫାଇଟର୍ସ ମଧ୍ୟରେ ଅନୁଷ୍ଠିତ ହେବ।

Share