Categories: ଫୁରସତ

ଡେକୋରେଟେଡ୍‌ ଟୟଲେଟ୍‌ ସିଟ୍‌ ସଂଗ୍ରହାଳୟ

ଅନେକ ଅଜବ ସଂଗ୍ରହାଳୟ ସମ୍ପର୍କରେ ଆମେ ଆଗରୁ କହିଛୁ। ତେବେ ଏଠି ଯେଉଁ ସଂଗ୍ରହାଳୟ କଥା କୁହାଯାଉଛି, ସେ ବି ବହୁତ ଖାସ୍‌। କାରଣ ଏ ହେଉଛି ସୁସଜ୍ଜିତ ଟୟଲେଟ୍‌ ସିଟ୍‌ର ସଂଗ୍ରହାଳୟ। ବାର୍ନି ସ୍ମିଥ୍‌ ନାମକ ଜଣେ ବ୍ୟକ୍ତି ଏହି ସଂଗ୍ରହାଳୟଟି କରିଛନ୍ତି। ଏଠାରେ ବିଭିନ୍ନ ଚିତ୍ର ଓ ଡିଜାଇନ୍‌ର ଟୟଲେଟ୍‌ ସିଟ୍‌ ଅଛି। ଏଥିରୁ ଅନେକକୁ ସେ ନିଜେ ଡିଜାଇନ୍‌ କରିଛନ୍ତି। ପ୍ରଥମେ ଉକ୍ତ ସଂଗ୍ରହାଳୟକୁ ସେ ନିଜ ଘରପଛପଟ ଗ୍ୟାରେଜ୍‌ରେ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହି ସଂଗ୍ରହାଳୟକୁ ସେ ଟେକ୍ସାସ୍‌୍‌କୁ ସ୍ଥାନାନ୍ତର କରିଥିଲେ।

Share