ଡେଙ୍ଗୁରୁ ଦୂରେଇ ରଖେ ଏହି ଘରୋଇ ଚିକିତ୍ସା…

ଖରାଦିନେ ମଶା ବଂଶ ବୃଦ୍ଧି ପାଇବା ଯୋଗୁ ଡେଙ୍ଗୁ, ଚିକେନଗୁନିଆ ଆଦି ରୋଗ ହେବାର ଆଶଙ୍କା ରହିଥାଏ। ତେବେ କେତେକ ଘରୋଇ ଚିକିତ୍ସା ଦ୍ୱାରା ଏସବୁ ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ। ଏଥି ପାଇଁ ପ୍ରତିଦିନ ସକାଳେ ଗଙ୍ଗଶିଉଳି ଗଛର କଅଁଳିଆ ପତ୍ର ୭ଟି ସହିତ ୩ଟି ଗୋଲମରିଚ ବାଟି ପିଇଲେ ସୁଫଳ ମିଳିଥାଏ। ଏହାଦ୍ୱାରା ବ୍ରେନ୍‌ ମ୍ୟାଲେରିଆ ମଧ୍ୟ ଭଲ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହାର ପତ୍ରକୁ ସିଝାଇ ଏହାର ପାଣି ପିଇଲେ ମଧ୍ୟ ସୁଫଳ ମିଳେ। ଏଥିରେ ମହୁ ମିଶାଇ ପିଇଲେ ଥଣ୍ଡା କାଶ ଓ ସାଧାରଣ ଜ୍ୱର ଭଲ ହୋଇଥାଏ।