ଡେଙ୍ଗୁରେ ଆକ୍ରାନ୍ତ ସୁଶାନ୍ତ

ମୁମ୍ବାଇ: ଖୁବ୍‌ କମ୍‌ ଦିନରେ ହିଁ ବଲିଉଡ୍‌ ହିରୋ ସୁଶାନ୍ତ ସିଂ ରାଜପୂତ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ମଧ୍ୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହାପରେ ‘୫୦ ଡ୍ରିମ୍‌ସ’ ଶେୟାର କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ ସୁଶାନ୍ତ। ଏହି ତାଲିକାରେ ଏରୋପ୍ଲେନ୍‌ ଚଳାଇବାଠାରୁ ଆରମ୍ଭ କରି ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ବୁଲିବା ପର୍ଯ୍ୟନ୍ତ ଇଚ୍ଛା ପ୍ରକାଶ କରିଥିଲେ ସୁଶାନ୍ତ, ଯେଉଁ ସ୍ବପ୍ନକୁ ସେ ପୂରା ମଧ୍ୟ କରିଛନ୍ତି। କିନ୍ତୁ ଏବେ ସୁଶାନ୍ତଙ୍କ ଫ୍ୟାନ୍‌ମାନଙ୍କ ପାଇଁ ରହିଛି ଏକ ଦୁଃଖ ଖବର। ସେ ଡେଙ୍ଗୁ ଜ୍ୱରରେ ପୀଡିତ ଥିବା ଜଣାପଡ଼ିଛି। ରକ୍ତ ପରୀକ୍ଷା ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା। ଏଣୁ ସୁଶାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ କୌଣସି କାମ କରିବେ ନାହିଁ। ଚଳିତ ସପ୍ତାହରେ ଏକ ଇଭେଣ୍ଟ ପାଇଁ ସେ ଆବୁଧାବୀ ଯାଇଥାନ୍ତେ। କିନ୍ତୁ ଡାକ୍ତର ତାଙ୍କୁ କୌଣସି ଟ୍ରାଭେଲ୍‌ ନ କରିବାକୁ ପରାମର୍ଶ ଦେଇଛନ୍ତି। ଶୁଟିଂ, ଇଭେଣ୍ଟ ପାଇଁ ସାଧାରଣତଃ ସେଲିବ୍ରିଟିମାନେ ବିଭିନ୍ନ ସ୍ଥାନକୁ ଗସ୍ତ କରିଥାନ୍ତି। ତେବେ ଏହି କାରଣରୁ ଡେଙ୍ଗୁ ଭଳି ମାରାତ୍ମକ ରୋଗ ସଂକ୍ରମିତ ହୋଇ ଆକ୍ରାନ୍ତ କରିଥାଏ। ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁର, ଅଭିନେତା ଧର୍ମେନ୍ଦ୍ର, ଟିଭି ଆକ୍ଟର ମୋହସିନ୍‌ ଖାନ୍‌, କମେଡିଆନ୍‌ ଭାରତୀ ସିଂଙ୍କ ଭଳି ଅନେକ ସେଲିବ୍ରିଟି ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ସୁଶାନ୍ତ ଆଜିକାଲି ରିୟା ଚକ୍ରବର୍ତ୍ତୀଙ୍କ ସହ ରିଲେସନଶିପ୍‌ରେ ଥିବା ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଏହା ପୂର୍ବରୁ କ୍ରିତି ସାନନ୍‌ଙ୍କ ସହ ରିଲେସନଶିପ୍‌କୁ ନେଇ ସେ ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିଲେ। ଏପରି କି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଦୀର୍ଘଦିନର ସମ୍ପର୍କ ଏବଂ ବିବାହ ନିଷ୍ପତ୍ତିକୁ ବି ସୁଶାନ୍ତ କ୍ରିତିଙ୍କ ପାଇଁ ବଦଳାଇଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା।

Share