ଡେଙ୍ଗୁ କବଳରେ ପାକିସ୍ତାନ: ୪୯ ହଜାର ରୋଗୀ ଚିହ୍ନଟ

ଇସ୍‌ଲାମାବାଦ,୧୮।୧୧: ପାକିସ୍ତାନରେ ଏବେ ଅଣାୟତ୍ତ ହେଲାଣି ଡେଙ୍ଗୁ। ଏବେସୁଦ୍ଧା ସେଠାରେ ୪୯ ହଜାର ୫ ଶହ ୮୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଥିବା ସୂଚନା ମିଳିଛି। ପାକିସ୍ତାନ ଜାତୀୟ ସ୍ବାସ୍ଥ୍ୟ ସେବା ମନ୍ତ୍ରଣାଳୟର ପ୍ରବକ୍ତା ସାଜିଦ ଶାହ କହିଛନ୍ତି ଚଳିତ ବର୍ଷ ଡେଙ୍ଗୁ ପାକିସ୍ତାନରେ ରେକର୍ଡ ଭାଙ୍ଗିଛି। ୪୯ ହଜାର ୫ ଶହ ୮୭ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଇସ୍‌ଲାମାବାଦର ୧୩,୧୭୩, ସିନ୍ଧ ଅଞ୍ଚଳରୁ ୧୩,୨୫୧, ପଞ୍ଜାବରୁ ୯,୮୫୫, ଖେବର ପଖତୁନଖ୍ବାରୁ ୭,୭୭୬, ବେଲୋଚିସ୍ତାନର ୩,୨୧୭, ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରରୁ ୧,୬୯୦ ଓ ୬୨୫ ଅନ୍ୟ କାଟାଗୋରୀର ବୋଲି ଜଣାପଡିଛି। ଏବେ ଏହି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଛି।

Share