ଡେଙ୍ଗୁ ନେଲା ମହିଳାଙ୍କ ଜୀବନ: ଏସ୍‌ସିବିରେ ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ

କଟକ ଅଫିସ,୧୪ା୮: ଏସ୍‌ସିବି ମେଡିକାଲରେ ମଙ୍ଗଳବାର ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ବାଳକାଟୀ ଅଞ୍ଚଳର ଦେବକୀ ବେହେରା (୬୦)। ସେ ଗତ ୧୫ଦିନ ହେଲା ମେଡିିସିନ ବିଭାଗ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଚଳିତବର୍ଷ ଏସ୍‌ସିବି ମେଡିିକାଲରେ ଏହା ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜ୍ୱରରେ ପୀଡ଼ିତ ଥିବା ଦେବକୀଙ୍କୁ ତାଙ୍କ ପରିବାର ଲୋକେ ଗତ ୨୯ତାରିଖରେ ଏସ୍‌ସିବି ମେଡିକାଲକୁ ଆଣିଥିଲେ। ତାଙ୍କ ସ୍ବାସ୍ଥ୍ୟ ଓ ରକ୍ତ ପରୀକ୍ଷା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ମେଡିିସିନ ବିଭାଗର ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତେବେ କିଛିଦିନ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନ୍ନତି ଘଟୁଥିଲା। ଏପରି କି ଯକୃତ, ବୃକକ୍‌ ଖରାପ ହେବା ସହ ମସ୍ତିଷ୍କ କାର୍ଯ୍ୟ କରିବା ବନ୍ଦ କରି ସାରିଥିଲା ବୋଲି ଡାକ୍ତର ଶ୍ରୀପ୍ରସାଦ ମହାନ୍ତି କହିଛନ୍ତି। ଏବେ ଡେଙ୍ଗୁ ୱାର୍ଡରେ ୨୪ଜଣ ଚିକିତ୍ସାଧୀନ ଥିବାବେଳେ ୫ଜଣ ଗୁରୁତର ରୋଗୀ ଆଇସିୟୁରେ ରହିଛନ୍ତି।