ବର୍ଷାଋତୁରେ ଡେଙ୍ଗୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ତଥା ଭୟ ରହିଥାଏ। ଏପରିକି ବେଳେବେଳେ ଡେଙ୍ଗୁ ଜୀବନ ମଧ୍ୟ ନେଇଯାଇଥାଏ। ତେବେ ଏହି ମାରାତ୍ମକ ରୋଗରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର କଲେ ଫାଇଦା ମିଳିଥାଏ। ଜାଣନ୍ତୁ ଏହାର ଲକ୍ଷଣ ଏବଂ ଉପଚାର ସମ୍ପର୍କରେ…
ଲକ୍ଷଣ : ଡେଙ୍ଗୁ ଜ୍ୱର ହେଲେ ଦେହହାତ ଦରଜ ହେବା, ବାନ୍ତି ଲାଗିବା, ଆଖିରେ ଯନ୍ତ୍ରଣା ହେବା, ଦେହରେ ଲାଲ୍ ଚିହ୍ନ ଦେଖାଦେବା, ପେଟ ଦରଜ ହେବା, ନାକରୁ ରକ୍ତ ପଡ଼ିବା, ନିଃଶ୍ୱାସ ନେବାରେ କଷ୍ଟ ହେବା ପରି ଲକ୍ଷଣ ଦେଖା ଦେଇଥାଏ।
ଉପଚାର : ଅମୃତଭଣ୍ଡା ପତ୍ରରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ଅଧିକାଂଶ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟ୍ଲେସ୍ ହୋଇଥାଏ। ତେଣୁ ଅମୃତଭଣ୍ଡା ପତ୍ରର ରସ ପିଇଲେ ଡେଙ୍ଗୁ ରୋଗ ଆରୋଗ୍ୟ ହୋଇଥାଏ। ଅମୃତଭଣ୍ଡା ପତ୍ରକୁ କାଟି ଏହାକୁ ଜୁସ୍ କରି ଦିନକୁ ୨ ଚାମୁଚେ ଲେଖାଏ ୩/୪ ଥର ସେବନ କଲେ ଡେଙ୍ଗୁ ରୋଗରୁ ମୁକ୍ତି ମିଳିଥାଏ।