Categories: ଜାତୀୟ

ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଥିବା ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ,୨୩।୧: ନିର୍ଭୟା ମାମଲାରେ ଦୋଷୀଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଥିବା ବିଚାରପତିଙ୍କ ବଦଳି କରାଯାଇଛି। ବିଚାରପତି ସତୀଶ ଆରୋରା ଏଣିପି ପାଟିଆଳା ହାଉସ୍‌ କୋର୍ଟ ପରିବର୍ତ୍ତେ ସୁପ୍ରିମ୍‌କୋର୍ଟରେ ଦାୟିତ୍ୱ ସମ୍ଭାଭାଳିବେ। ଗୋଟିଏ ମାସରେ ସେ ନିର୍ଭୟା ଦୋଷୀଙ୍କୁ ୨ ଥର ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏବେ ସେ ଡେପୁଟେଶନ୍‌ରେ ସୁପ୍ରିମ୍‌କୋର୍ଟର ଅତିରିକ୍ତ ରେଜିଷ୍ଟ୍ରାର ଭାବେ ଏକ ବର୍ଷ ପାଇଁ କାର୍ଯ୍ୟ କରିବେ।

Share