Categories: ଖେଳ

ଡେନମାର୍କ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ, ଡବଲ୍ସ ସେମିରେ ପ୍ରମୋଦ

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)-
ଡେନମାର୍କର କୋପେନହାଗେନଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ଅନୁଷ୍ଠିତ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସେ ପେରୁର ପେତ୍ରୋ ପାବ୍‌ଲୋ ଡେଭିନାଟିଙ୍କୁ ୨୧-୧୧, ୨୨-୨୦ ପଏଣ୍ଟରେ ପରାସ୍ତ କରିଛନ୍ତି। ସେହିପରି ଭାରତର ମନୋଜ ସରକାରଙ୍କୁ ସାଥିକରି ଖେଳି ଆସୁଥିବା ପ୍ରମୋଦ ଡବଲ୍ସ କ୍ୱାର୍ଟର ଫାଇନାଲରେ ସ୍କଟଲାଣ୍ଡର ରଚାର୍ଡ ଓ୍ବିଲିୟମ ଲିନ୍‌ ଏବଂ କଲିନ ଲେସ୍‌ଲି ଯୋଡ଼ିଙ୍କୁ ୨୪-୨୨, ୨୧-୧୪ ପଏଣ୍ଟରେ ହରାଇ ସେମିରେ ପହଞ୍ଚତ୍ଛନ୍ତି। ପ୍ରମୋଦ-ମନୋଜ ସେମିଫାଇନାଲରେ ଅନ୍ୟତମ ଭାରତୀୟ ଯୋଡ଼ି ବିକ୍ରମ କୁମାର ଓ ସୁହାସ ଲି’ଙ୍କୁ ଭେଟିବେ। ସିଙ୍ଗଲ୍ସ ସେମିଫାଇନାଲରେ ନିଜ ଡବଲ୍ସ ପାର୍ଟନର ମନୋଜଙ୍କ ସହ ମୁକାବିଲା କରିବେ ଏହି ଓଡ଼ିଆ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି।

Share