Categories: ଖେଳ

ଡେନମାର୍କ ଓପନ୍‌: ସିନ୍ଧୁଙ୍କ କଷ୍ଟସାଧ୍ୟ ବିଜୟ

ଓଡେନସେ, ୧୫।୧୦ (ପି.ଟି.)- ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହୋଇଥିବା ୭ ଲକ୍ଷ ୭୫ ହଜାର ଆମେରିକୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ କଷ୍ଟସାଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ସିନ୍ଧୁ ୨୨-୨୦, ୨୧-୧୮ ସିଧାସଳଖ ଗେମ୍‌ରେ ବିଶ୍ୱ ମାନ୍ୟତାର ୧୬ତମ ସ୍ଥାନରେ ରହିଥିବା ଇଣ୍ଡୋନେସିଆର ଗ୍ରେଗୋରିଆ ମାରିସ୍କା ତୁନଜୁଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ପ୍ରି-କ୍ୱାର୍ଟର ଫାଇନାଲରେ ସିନ୍ଧୁଙ୍କ ମୁକାବିଲା ଦକ୍ଷିଣ କୋରିଆର ଆନ୍‌ ସେ-ୟଙ୍ଗ’ଙ୍କ ସହ ହେବ। ଗତ ଅଗଷ୍ଟରେ ବିଶ୍ୱ ଟାଇଟଲ ଜିତିବା ପରେ ସିନ୍ଧୁ ଚାଇନା ଓପନ୍‌ ଓ କୋରିଆ ଓପନ୍‌ରେ ଯଥାକ୍ରମେ ପ୍ରଥମ ଓ ୨ୟ ରାଉଣ୍ଡରୁ ବିଦାୟ ନେଇଥିଲେ।

Share