Categories: ଖେଳ

ଡେନମାର୍କ ଭିଜା ଲାଗି ସହାୟତା ଲୋଡ଼ିଲେ ସାଇନା

ହାଇଦ୍ରାବାଦ, ୮।୧୦: ଭାରତୀୟ ଷ୍ଟାର ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଆସନ୍ତା ସପ୍ତାହରେ ହେବାକୁ ଥିବା ଡେନମାର୍କ ଓପନରେ ଅଂଶଗ୍ରହଣ କରି ନ ପାରନ୍ତି। ସେମାନଙ୍କୁ ଏ ପର୍ଯ୍ୟନ୍ତି ଭିଜା ମିଳିନାହିଁ। ଅଲିମ୍ପିକ୍‌ ଯୋଗ୍ୟତା ପ୍ରଦାନ କରାଯାଉଥିବା ବର୍ଷରେ ବଡ଼ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବାରୁ ବର୍ତ୍ତିବା ପାଇଁ ସାଇନା ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହାୟତା ଲୋଡ଼ିଛନ୍ତି। ମୁଁ ଓ ମୋ ଟ୍ରେନରଙ୍କ ଡେନମାର୍କ ଭିଜା ଲାଗି ତୁରନ୍ତ ଆବେଦନ କରିଛି। ଆସନ୍ତା ସପ୍ତାହରେ ଓଡେନ୍ସେଠାରେ ଟୁର୍ନାମେଣ୍ଟ ଖେଳିବାର ଅଛି। ଆମକୁ ଏ ପର୍ଯ୍ୟନ୍ତ ଭିଜା ମିଳିନାହିଁ। ଆମକୁ ଆସନ୍ତା ମଙ୍ଗଳବାର ମ୍ୟାଚ୍‌ ଖେଳିବାର ଅଛି ବୋଲି ସାଇନା ଟୁଇଟ୍‌ କରିଛନ୍ତି। ଡେନମାର୍କ ଭିଜା ପାଇଁ ଏକ ନୂଆ ନିୟମ ଲାଗୁ ହୋଇଛି। ନୂଆ ନିୟମ ଅନୁଯାୟୀ, ଯେକୌଣସି ବ୍ୟକ୍ତିଙ୍କୁ ଡେନମାର୍କ ଭିଜା ପାଇଁ ଦିଲ୍ଲୀଠାରେ ବ୍ୟକ୍ତିଗତ ସାକ୍ଷାତ୍‌କାର ଦେବାକୁ ପଡ଼ିବ। ଏଥିରୁ ଛାଡ଼ ପାଇବା ପାଇଁ ସେପ୍ଟେମ୍ବର ୩୦ ତାରିଖରେ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ) ଲିଖିତ ଅନୁରୋଧ ଦୂତାବାସକୁ ପଠାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ମିଳି ନାହିଁ। ଏହାର ସମାଧାନ ଲାଗି ଭାରତୀୟ ଶଟଲରଙ୍କ ଟ୍ରାଭେଲ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଥିବା ଆନନ୍ଦ ଖାରେ କହିଛନ୍ତି।

Share