ଡେପୁଟି ଅଗ୍ନି ନିର୍ବାପକ ଅଧିକାରୀଙ୍କ ଆଦର୍ଶ ବିଦ୍ୟାଳୟ କୋଠା ଅନୁଧ୍ୟାନ

ଶେରଗଡ଼,୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଡେପୁଟି ଅଗ୍ନି ନର୍ବାପକ ଅଧିକାରୀ ଡିକେ ସ୍ବାଇଁ ପହଞ୍ଚିଛନ୍ତି। ଗୁରୁବାର ପୂର୍ବାହ୍ନରେ ବିଦ୍ୟାଳୟରେ ପହଞ୍ଚି କୋଠାର ଅବସ୍ଥା ଅନୁଧ୍ୟାନ କରିଥଲେ। ପରେ ବିଦ୍ୟାଳୟର ପାଇଖାନା, ଶିଡ଼ି ଏବଂ ଅଗ୍ନି ନିିର୍ବାପକ ଯନ୍ତ୍ରପାତି ଠିକ ଅଛି ନା ନାହିଁ ବୁଲି ଦେଖିଥିଲେ। ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ଅଧ୍ୟକ୍ଷ ଭକ୍ତି ରଞ୍ଜନ ବେହେରା, ଶେରଗଡ଼ ଦମକଳ କେନ୍ଦ୍ର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।