Categories: ଖେଳ

ଡେଭିସ୍‌ କପ୍‌: ସୁରକ୍ଷା ପ୍ରତିଶ୍ରୁତି ଚାହିଁଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୩୧ା୭ (ପି.ଟି.)-ଡେଭିସ୍‌ କପ୍‌ ଖେଳିବା ଲାଗି ଭାରତୀୟ ଟେନିସ୍‌ ଖେଳାଳିମାନେ ପାକିସ୍ତାନ ଯିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ମାତ୍ର ଇସ୍‌ଲାମାବାଦରେ ପହଞ୍ଚିବା ପୂର୍ବରୁ ସେମାନେ ସମସ୍ତ ପ୍ରକାର ସୁରକ୍ଷାଜନିତ ପ୍ରତିଶ୍ରୁତି ଚାହିଁଛନ୍ତି। ପାକିସ୍ତାନ ରାଜଧାନୀ ସହରରେ ଡେଭିସ୍‌ କପ୍‌ ମ୍ୟାଚ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଖେଳାଯିବ। ଦୀର୍ଘ ୫୫ ବର୍ଷ ପରେ ଏକ ଭାରତୀୟ ଟେନିସ ଦଳ ପାକିସ୍ତାନ ଟୁର୍‌ରେ ଯିବ। ମହେଶ ଭୂପତି ଦଳର ଅଣ ଖେଳାଳି ଅଧିନାୟକ। ଦେଶର ନମ୍ବରଓ୍ବାନ ଖେଳାଳି ପ୍ରଜନେଶ ଗୁଣେସ୍ବରନ ଦଳରେ ସ୍ଥାନ ପାଇଛନ୍ତି। ଖବର ଅନୁସାରେ ଭୂପତି ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ)କୁ ଏକ ଚିଠି ଲେଖିଛନ୍ତି। ଗସ୍ତ ଏବଂ ରହଣି ବେଳେ ସେ ଖେଳାଳିଙ୍କ ସୁରକ୍ଷା ଲୋଡିିଛନ୍ତି। ଏଆଇଟିଏ ସାଧାରଣ ସମ୍ପାଦକ ହିରନମୟ ଚାଟାର୍ଜୀଙ୍କୁ ଏ ବିଷୟରେ ପଚରାଯିବାରେ ଭୂପତିଙ୍କ ସମସ୍ତ ପ୍ରଶ୍ନର ଉତ୍ତର ସେ ଦେଇ ସାରିଥିବା କହିଛନ୍ତି।

Share