ଡେରାଡୁନ୍,୨୨।୫: ଆର୍ଏସ୍ଏସ୍ ପକ୍ଷରୁ ଡେରାଡୁନ୍ରେ ଆଧୁନିକ ମଦ୍ରାସା ଖୋଲିବା ଯୋଜନା କରାଯାଇଛି। ଆର୍ଏସ୍ଏସ୍ର ମୁସଲମାନ୍ ମଞ୍ଚ ଶାଖା ପକ୍ଷରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଛି। ମଦ୍ରାସା ପାଇଁ ଆବଶ୍ୟକ ଜମି ମଧ୍ୟ ଆବଣ୍ଟନ କରାଯାଇଥିବା କୁହାଯାଉଛି। ଏହି ମଦ୍ରାସରେ ଧାର୍ମିକ ପୁସ୍ତକ ସହିତ ଯୋଗ ମଧ୍ୟ ଶିକ୍ଷା ଦିଆଯିବ। ଏହାପୂର୍ବରୁ ପଶ୍ଚିମ ଉତ୍ତରପ୍ରଦେଶରେ ୫ଟି ଆଧୁନିକ ମଦ୍ରାସା ଖୋଲା ଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଉତ୍ତରାଖଣ୍ଡରେ ୨ଶହ ୯୭ ମଦ୍ରାସା ରହିଛି। ଏଠାରେ ୨୦ ହଜାର ଶିକ୍ଷାର୍ଥୀଙ୍କୁ ଆବଶ୍ୟକ ଶିକ୍ଷା ଯୋଗାଇ ଦିଆଯାଉଛି।