Categories: ଫୁରସତ

ଡେରାଡୁନ୍‌ର ଏକ ଗଳିର ନାଁ ଲୈଲା-ମଜ୍‌ନୁ, କାହିଁକି ଜାଣନ୍ତି

ଲୈଲା-ମଜ୍‌ନୁଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କୁ ଊଣା ଅଧିକେ ଜଣା। ଏମାନଙ୍କ ପ୍ରେମକୁ ନେଇ ଅନେକ କାହାଣୀ ଥିବାବେଳେ କିଛି ଫିଲ୍ମ ମଧ୍ୟ ନିର୍ମାଣ ହୋଇସାରିଛି। ଏହା ପରେ ଯେଉଁ ପ୍ରେମୀଯୁଗଳ ସଚ୍ଚା ପ୍ରେମ କରିଛନ୍ତି ତାଙ୍କୁ ଲୈଲା-ମଜ୍‌ନୁଙ୍କ ଆଖ୍ୟା ଦିଆଯାଇଛି। ଏମିତି ଏକ କାହାଣୀ ହେଉଛି ୬୦ ଦଶକର। ଗାନ୍ଧୀରୋଡ୍‌ସ୍ଥିତ ଇନାମୁଲାହ ବିଲ୍‌ଡିଂରେ ରହୁଥିବା ‘ଆଣ୍ଟି-ଅଙ୍କଲ’ ଭାବେ ପରିଚିତ ଦୁଇ ପ୍ରେମୀ। ସ୍ଥାନୀୟ ଲୋକେ ତାଙ୍କୁ ଆଜି ବି ଲୈଲା ମଜ୍‌ନୁ ନାମରେ ଡାକୁଛନ୍ତି। ସ୍ଥାନୀୟ ନିବାସୀ ମୌ.ନଦିମ୍‌ ଏବଂ ଜାହିଦ୍‌ ସୈଫ କୁହନ୍ତି ଏହି ଦୁଇଜଣ ନଦିମ୍‌ଙ୍କ ବାରଣ୍ଡାରେ ରହୁଥିଲେ। ଦୁଇଜଣଙ୍କ ଆଗ ପଛକୁ କେହି ନ ଥିଲେ। ବିଲ୍‌ଡିଂରେ ରହୁଥିବା ସମସ୍ତ ଲୋକ ତାଙ୍କ ପ୍ରେମ ସମ୍ପର୍କରେ ଜାଣିଥିଲେ। ଏଥିରେ ତାଙ୍କୁ ସମର୍ଥନ ମଧ୍ୟ କରୁଥିଲେ। ତାଙ୍କର ପ୍ରତି ସୁଖଦୁଃଖରେ ସାମିଲ ହେଉଥିଲେ। ଆଣ୍ଟି-ଅଙ୍କଲ ମରିଗଲେଣି ସତ ଏହି ଦୁଇଜଣଙ୍କ ପ୍ରେମ ଆଜି ବି ଅମର ହୋଇ ରହଛି ଠିକ୍‌ ଲୈଲା-ମଜ୍‌ନୁ ପରି। ଯେଉଁ ବାରଣ୍ଡାରେ ସେମାନେ ରହୁଥିଲେ ସେ ଗଳିର ନାଁ ରହିଛି ଲୈଲା।

Share