Categories: ଜାତୀୟ

ଡେରା ବାବା ନାନକରେ ମହିଳା ଏବଂ ପୁରୁଷ ଆତଙ୍କବାଦୀଙ୍କ ପ୍ରବେଶ: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୬।୧୧: କରତାର୍‌ପୁର କରିଡୋର ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନଭେମ୍ବର ୯ରେ ଡେରା ବାବା ନାନକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରତାର୍‌ପୁର କରିଡୋରର ଲୋକାର୍ପଣ କରିବେ। ତେବେ ଏହା ପୂର୍ବରୁ ଏଠାରେ ଆତଙ୍କବାଦୀମାନେ ପ୍ରବେଶ କରିଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ଆତଙ୍କବାଦୀଙ୍କ ମଧ୍ୟରେ ଉଭୟ ମହିଳା ଏବଂ ପୁରୁଷ ଥିବା କୁହାଯାଉଛି। ସେମାନଙ୍କୁ ଶକରଗଡ଼ ଏବଂ ନୋରୋଓ୍ବାଲ ସ୍ଥିତ ଶିବିରରେ ତାଲିମ୍‌ ଦିଆଯାଇଛି ବୋଲି ଗୋଇନ୍ଦା ବିଭାଗ କହିଛି। ନଭେମ୍ବର ୧୨ରେ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଳୁ କରତାରପୁର ଯାତ୍ରା କରିବେ।

Share