ଡେଲିଭରି ପରେ ମହିଳାଙ୍କୁ ଖୁଆନ୍ତୁ ଏହି ୫ଟି ଜିନିଷ : ମା’ ପିଲା ଉଭୟ ରହିବେ ସୁସ୍ଥ

ଗର୍ଭାବସ୍ଥାରେ ଉଭୟ ମା’ ଓ ଶିଶୁଙ୍କୁ ସୁସ୍ଥ ରହିବା ଜରୁରୀ। ତେଣୁ ଗର୍ଭାବସ୍ଥାରେ ମହିଳାଙ୍କ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ତେବେ ଆପଣ କ’ଣ ଏହା ଜାଣନ୍ତି କେବଳ ଗର୍ଭାବସ୍ଥା ସମୟରେ ନୁହେଁ ବରଂ ପିଲା ଜନ୍ମ ପରେ ମଧ୍ୟ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ହୋଇଥାଏ। ତେବେ ଅନେକ ମହିଳା ଡେଲିଭରି ପରେ ଖାଦ୍ୟପେୟ ପ୍ରତି ଦୃଷ୍ଟି ନ ଦେବାରୁ ଏହା ଜନିତ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ। ତେବେ ଜାଣନ୍ତୁ ଡେଲିଭରି ପରେ କେଉଁସବୁ ଖାଦ୍ୟ ଖାଇବା ଆବଶ୍ୟକ।

ଯଅ: ଏଥିରେ ପ୍ରୋଟିନ ଓ ଫାଇବର ଭରପୂର ହୋଇଥାଏ। ଏହା ମହିଳାମାନଙ୍କଠାରେ ଆଇରନର ମାତ୍ରା ବଢ଼ାଇଥାଏ। ଏହଛଡା ଚିନ୍ତାମୁକ୍ତ କରିଥାଏ।

ଅଣ୍ଡା: ଏଥିରୁ ସବୁଠୁ ଅଧିକ ପ୍ରୋଟିନ ମିଳିଥାଏ। ଏହାଦ୍ୱାରା ଶରୀରକୁ ଶକ୍ତି, ଭିଟାମିନ ଡି ମଧ୍ୟ ମିଳିଥାଏ।

ପାଳଙ୍ଗ: ଆଇରନ୍‌ ପାଇଁ ପାଳଙ୍ଗ ବରଦାନ ସଦୃଶ। ଏଥିରୁ ପ୍ରଚୁର ପରିମାଣରେ ଭିଟାମିନ ବି ମିଳିଥାଏ। ଏହାର ଜୁସ୍‌ ଅଧିକ ଉପକାରୀ ହୋଇଥାଏ।

କ୍ଷୀର: ଡେଲିଭରି ପରେ କ୍ଷୀର ଓ କ୍ଷୀର ସମ୍ବନ୍ଧୀୟ ଖାଦ୍ୟ ଖାଇବା ନିହାତି ଜରୁରୀ ହୋଇ ଥାଏ। ଏଥିରୁ ପ୍ରଚୁର ପରିମାଣରେ କ୍ୟାଲ୍‌ସିୟମ ମିଳିଥାଏ।

ଡ୍ରାଏ ଫୁଡ୍‌ସ: ଏଥିରୁ ପ୍ରଚୁର ପରିମାଣର କାର୍ବୋହାଇଡେଟ୍‌, ଭିଟାମିନ ଇ, ମ୍ୟାଗ୍‌ନେସିୟମ, କପର ପ୍ରଚୁର ପରିମାଣରେ ମିଳିଥାଏ।