ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଲାଗିଲା ୨ ମିଲିୟନ୍‌ ଡଲାର ଜରିମାନା

ଓ୍ବାଶିଂଟନ୍‌,୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ୨ ମିଲିୟନ୍‌ ଆମେରିକା ଡଲାର ଜରିମାନା ଲାଗିଛି। ଆମେରିକାର ଏକ ଅଦାଲତ ଏହି ଜରିମାନା ଲଗାଇଛନ୍ତି। ୨୦୧୬ରେ ଏକ ଦାତବ୍ୟ ଅନୁଷ୍ଠାନରୁ ଟଙ୍କା ନେଇ ନିର୍ବାଚନ ପ୍ରଚାରରେ ଲଗାଇଥିଲେ। ୨୦୧୮ରେ ଏହି ଅନୁଷ୍ଠାନ ଟ୍ରମ୍ପଙ୍କ ନାଁ ଅଭିଯୋଗ ଆଣିଥିଲା। ରାଷ୍ଟ୍ରପତି ନିର୍ବାଚନବେଳେ ଦାତବ୍ୟ ଅନୁଷ୍ଠାନର ଫଣ୍ଡ୍‌ରୁ ଟଙ୍କା ନେଇ ପ୍ରଚାର କରିଥିଲେ। କୋର୍ଟରେ ମାମଲାର ଶୁଣାଣି ବେଳେ ଟମ୍ପ ନିଜେ ଏକଥା ସ୍ବୀକାର ମଧ୍ୟ କରିଥିଲେ।

Share