ନୂଆଦିଲ୍ଲୀ,୪।୯: ଭାରତୀୟ ପେସର ଯଶପ୍ରୀତ ବୁମରା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ନିଜର ସମ୍ପୂର୍ଣ୍ଣ କ୍ଲାସ ଦେଖାଇଛନ୍ତି। ଏକ ହ୍ୟାଟ୍ରିକ ସହ ୨ ମ୍ୟାଚ୍ରେ ୯.୨୩ ହାରରେ ମୋଟ ୧୩ ଉଇକେଟ ନେଇଛନ୍ତି। ମାତ୍ର ୨୧ ମାସର କ୍ୟାରିଅରରେ ସେ ଆଇସିସି ଟେଷ୍ଟ ବୋଲରଙ୍କ ର଼୍ୟାଙ୍କିଙ୍ଗ୍ର ଟପ୍ ୩ରେ ପ୍ରବେଶ କରିସାରିଛନ୍ତି। ଅନ୍ଅର୍ଥଡକ୍ସ ବୋଲିଂ ଷ୍ଟାଇଲ ସହ ଉଭୟ ଆଉଟ୍ ଓ ଇନ ସୁଇଙ୍ଗ କରିବାର ଦକ୍ଷତା ତାଙ୍କର ରହିଛି। ଏବେଠାରୁ ସର୍ବକାଳୀନ ପେସରଙ୍କ ସହ ତୁଳନା କରିବା ଉଚିତ ନୁହେଁ। ତାଙ୍କର ଏପର୍ଯ୍ୟନ୍ତ କ୍ୟାରିୟରର ଆଭରେଜ ହେଉଛି ୧୯.୨୪। ଯାହା ଅତିକମ୍ରେ ୫୦ ଉଇକେଟ ନେଇଥିବା ସର୍ବକାଳୀନ ଟେଷ୍ଟ ବୋଲରଙ୍କ ଭଲ ଆଭରେଜ ମଧ୍ୟରେ ୧୪ତମ ସ୍ଥାନରେ ରହିଛି। ତେବେ ପେସରଙ୍କ ମଧ୍ୟରେ ୮ମ। ୧୨ ମ୍ୟାଚ୍ ପରେ ବୁମରାଙ୍କ ଉଇକେଟ ପିଛା ରନ୍ ବିନିମୟ ହାର ୧୯.୨୪। ଏହା ଓ୍ବାକର ୟୁନିସ (୧୯.୩୩), ଆଲାନ ଡୋନାଲ୍ଡ (୨୩.୨୧), ଡେନିସ ଲିଲି (୨୪.୧୮) ଓ ଜେଫ ଥମ୍ପସନ (୨୭.୨୬)ଙ୍କ ଆଭରେଜଠାରୁ ଭଲ ରହିଛି।