Categories: ଖେଳ

ଡୋପିଂ ମାମଲା: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ୨ବର୍ଷ ବାସନ୍ଦ

ଲଣ୍ଡନ, ୧୪ା୧ (ଏପି)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ମହିଳା ୧୦୦ମିଟର ସ୍ବର୍ଣ୍ଣ ପଦକ ବିଜୟିନୀଙ୍କୁ ୨ବର୍ଷ ବାସନ୍ଦ କରାଯାଇଛି। ଡୋପ୍‌ ପରୀକ୍ଷକମାନଙ୍କୁ ସେ ତାଙ୍କର ଅବସ୍ଥିତି ସମ୍ପର୍କରେ ଅବଗତ କରାଇ ନ ଥିବାରୁ ଏହି ଦଣ୍ଡ ବିଧାନ କରାଯାଇଛି। ୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ ୧୨ ମାସ ମଧ୍ୟରେ ମଧ୍ୟରେ ୩ ଥର ଥର ହୋଇଥିବା ଡୋପ୍‌ ଟେଷ୍ଟକୁ ତ୍ରିନିଦାଦ୍‌ ଟୋବାଗୋର ମିସେଲି ଲି ଆହ୍ୟେ ଫାଙ୍କି ଦେଇଥିଲେ। ଏଥିପାଇଁ ତାଙ୍କୁ ଗତ ବର୍ଷ ପ୍ରଥମେ ଅଗଷ୍ଟ ୩୦ରୁ ସାମୟିକ ସସ୍‌ପେଣ୍ଡ କରାଯାଇଥିଲା। ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ କହିବା ଅନୁସାରେ ବାସନ୍ଦ ଦଣ୍ଡ ୨୦୧୯ ଏପ୍ରିଲ ୧୯ରୁ ଗଣତି ହେବ। ମିସେଲି ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୦୦ମିଟର ଟାଇଟଲ ଜିତିଥିଲେ। ସେ ଗତବର୍ଷ ପାନ୍‌ ଆମେରିକାନ ଗେମ୍ସରେ ରୌପ୍ୟ ହାସଲ କରିଥିଲେ। ଏହାଛଡ଼ା ସେ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେଇଛନ୍ତି।