Categories: ଜାତୀୟ

ଡୋଭାଲ୍‌ଙ୍କୁ କ୍ୟାବିନେଟ୍‌ ର଼୍ୟାଙ୍କ୍‌: ବଢ଼ିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୩।୬: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କ୍ୟାବିନେଟ୍‌ ର଼୍ୟାଙ୍କ୍‌ ପ୍ରଦାନ କରିଛନ୍ତି। ଏହା ସହିତ ସେ ଏହି ପଦବୀରେ ଆଗାମୀ ୫ ବର୍ଷ ପାଇଁ କାମ କରିବେ ବୋଲି କୁହାଯାଉଛି। ମୋଦି ସରକାରଙ୍କ ସହିତ ସେ ଗଲା ୫ ବର୍ଷ ଧରି କାମ କରିଛନ୍ତି। ତାଙ୍କର ଭଲ କାମ ଆଧାରରେ ଡୋଭାଲଙ୍କୁ କ୍ୟାବିନେଟ୍‌ ର଼୍ୟାଙ୍କ୍‌ ଦିଆଯାଇଛି। ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ସମେତ ୨୦୧୬ରେ ପିଓକେରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଆଦି ଘଟଣାରେ ଡୋଭାଲଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଦେଶ ସୁରକ୍ଷା ପାଇଁ ଡୋଭାଲ୍‌ ୭ ବର୍ଷ ପାକିସ୍ତାନର ଲାହୋରରେ ଜଣେ ମୁସଲମାନ୍‌ଙ୍କ ଛଦ୍ମବେଶରେ ରହିଥିଲେ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ କୀର୍ତ୍ତି ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ୧୯୬୮ କେରଳ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ପରେ ୧୯୭୨ରେ ସେ ଇଣ୍ଟେଲଜେନ୍ସ ବ୍ୟୁରୋରେ ଯୋଗ ଦେଇଥିଲେ।

Share