ଡ୍ରଗ୍ସ୍‌ ମାଫିଆଙ୍କ ଗୁଳିରେ ୧୫ ନିହତ

ମେକ୍ସିକୋ ସିଟି,୧୬।୧୦: ଡ୍ରଗ୍ସ୍‌ ମାଫିଆଙ୍କ ଗୁଳିରେ ମେକ୍ସିକୋର ଗୁଏରେରୋର ଦକ୍ଷିଣ ଅଞ୍ଚଳରେ ୧୫ ଜଣ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଯବାନ ଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଅକ୍ଟୋବର ୧୪ରେ ଡ୍ରଗ୍ସ୍‌ ମାଫିଆମାନେ ୧୪ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଏନେଇ ତଦନ୍ତ ଜାରି ରହିଥିବା ଷ୍ଟେଟ୍‌ ପବ୍ଲିକ୍‌ ସିକ୍ୟୁରିଟି ଅଥରିଟିର ମୁଖପାତ୍ର ରୋବଟ୍ରୋ ଅଲଓ୍ବାରେଜ୍‌ ହେରେଦିୟା ଟୁଇଟ୍‌ କରି ଜଣାଇଛନ୍ତିି।

Share