ଚଣ୍ଡିଗଡ଼,୧୮।୭: ଯୁବବର୍ଗଙ୍କ ମଧ୍ୟରେ ଡ୍ରଗ୍ସ୍ର ନିଶା ପ୍ରଭାବ ବିସ୍ତାର କରିଚାଲିଛି। ଭାରତର ବିଭିନ୍ନ ରାଜ୍ୟ ମଧ୍ୟରୁ କେତେକ ପଶ୍ଚିମ ରାଜ୍ୟରେ ଏହାଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗ ପ୍ରଭାବିତ ହେବାରେ ଲାଗିଛନ୍ତି। ଏକ ରିପୋର୍ଟ ଅନୁସାରେ ପଞ୍ଜାବରେ ଅଧିକ ସଂଖ୍ୟକ ଯୁବବର୍ଗ ଡ୍ରଗ୍ସ୍ କବଳରେ ପଡ଼ିଛନ୍ତି। ଏହାଯୋଗୁ ଯୁବବର୍ଗଙ୍କ ମଧ୍ୟରେ ଏଡସ୍ ସଂକ୍ରମଣ ବଢୁଥିବା କୁହାଯାଉଛି। ଡ୍ରଗ୍ସ୍ ନେବା ସମୟରେ ଗୋଟିଏ ସିରିଞ୍ଜ୍କୁ ବହୁ ଲୋକ ବ୍ୟବହାର କରୁଥିବାରୁ ଏପରି ସଂକ୍ରମଣ ହେଉଥିବା ଜଣାପଡ଼ିଛି। ଇତିମଧ୍ୟରେ ସ୍ଥାନୀୟ ସଙ୍ଗରୁର୍ ଜିଲାରେ ୧୬ ଜଣ ଯୁବକଙ୍କୁ ଏଚ୍ଆଇଭି ପଜେଟିଭ୍ ଭାବେ ଚିହ୍ନଟ କରାଯାଇଛି। ୨୦ରୁ ଅଧିକ ଯୁବବର୍ଗ ଗୋଟିଏ ସିରିଞ୍ଜ୍ରେ ଡ୍ରଗ୍ସ୍ ନେଉଥିବାରୁ ଏହି ସ୍ଥିତି ସୃଷ୍ଟି ହୋଇଥିବା ଚିକିତ୍ସା ବିଜ୍ଞାନୀ ମତପୋଷଣ କରିଛନ୍ତି। ବାହାରେ ଫିଙ୍ଗା ଯାଇଥିବା ଡ୍ରଗ୍ସ୍ ସିରିଞ୍ଜ୍ର ଯାଞ୍ଚ୍ ପରେ ଏହା ଜଣାପଡ଼ିଛି।