କମ୍ପ୍ୟୁଟର ପାଣିରେ ଚାଲିବ-ଏକଥାକୁ ଅନେକେ ହୁଏତ ବିଶ୍ୱାସକରି ନ ପାରନ୍ତି। ହେଲେ ଏହା ସତ। ଦୀର୍ଘ ୫ବର୍ଷ ଧରି ଗବେଷଣା କରିବା ପରେ ଆମେରିକାସ୍ଥିତ ଷ୍ଟାନ୍ଫୋର୍ଡ ୟୁନିଭର୍ସିଟିର ବିଶେଷଜ୍ଞ ମାନେ ଏଭଳି ଏକ ହାଇଟେକ୍ କମ୍ପ୍ୟୁଟର ପ୍ରସ୍ତୁତ କରିଛନ୍ତି। ଗୋଟିଏ ଇଲେକ୍ଟ୍ରୋନିକ୍ କମ୍ପ୍ୟୁଟର ଯେତିକି କାମ କରିପାରିବ ଏହି ନୂଆ କମ୍ପ୍ୟୁଟର ମଧ୍ୟ ଠିକ୍ ସେତିକି କାମ ଅନାୟାସରେ କରିପାରିବ ବୋଲି ସେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ଉକ୍ତ କମ୍ପ୍ୟୁଟର ନାମ ‘ଡ୍ରପ୍ଲେଟ୍ କମ୍ପ୍ୟୁଟର’ ଦିଆଯାଇଛି। ଏହା ଭିତରେ ଥିବା ଜଳବିନ୍ଦୁର ଚୁମ୍ବକୀୟ ଗୁଣ ରହିଛି, ଯାହା କମ୍ପ୍ୟୁଟର ଚଲାଇବାକୁ ଶକ୍ତି ଯୋଗାଇଥାଏ।