ଡ୍ରାଇଭରଙ୍କଠାରୁ ଜାହ୍ନବୀ ଧାରନେଲେ ଟଙ୍କା

ବିନା ଟଙ୍କାରେ ଅଭିନେତ୍ରୀ ଜାହ୍ନବୀ କପୁର ଘରୁ ବାହାରିଥିଲେ। କିନ୍ତୁ ରାସ୍ତାରେ ଏମିତି ଘଟିଲା ସେ ବାଧ୍ୟ ହୋଇ ତାଙ୍କ ଡ୍ରାଇଭରଙ୍କଠାରୁ ଧାର ନେଲେ। ଜାଣିଲେ ଆପଣ ବି ପ୍ରଶଂସା ନ କରି ରହି ପାରିବେନି। ଏହାର ଭିଡିଓ ସୋସିିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓଟିରେ ଜାହ୍ନବୀ ଜଣେ ଗରିବ ଝିଅକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ରାସ୍ତାରେ ବହି ବିକୁଥିବା ଜଣେ ଗରିବ ଝିଅ ଜାହ୍ନବୀଙ୍କ କାର୍‌ ନିକଟକୁ ଆସି ତାଙ୍କୁ ବହି କିଣିବାକୁ ଅନୁରୋଧ କରିଥିଲେ। କିନ୍ତୁ ଜାହ୍ନବୀ ଝିଅଟିକୁ ଅତି ବିନମ୍ରତାର ସହ କହିଲେ ମୋ’ ପାଖରେ ଟଙ୍କା ନାହିଁ। ଝିଅଟି ଜିଦି ଧରିଲା ବହି ନ କିଣିଲେ ନାହିଁ କିଛି ଟଙ୍କା ସାହାଯ୍ୟ କରିବା ପାଇଁ। ଜାହ୍ନବୀ ଝିଅଟିର କଥା ଶୁଣି ଯେତେବେଳେ ପର୍ସ ଖୋଲିଲେ ସେଥିରେ କିଛି ଟଙ୍କା ନ ଥିଲା। ତେଣୁ ସେ ତାଙ୍କ ଡ୍ରାଇଭରଙ୍କଠାରୁ ଧାର ଆଣି ଝିଅଟିକୁ ଦେଲେ। ଜାହ୍ନବୀ ଝିଅଟିକୁ ଏକ ଲୟରେ ଚାହିଁ ରହିଥିଲେ।

ପରେ ଜାହ୍ନବୀ ଏହି ସମୟର କିଛି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓ ଦେଖି ୟୁଜରମାନେ ଜାହ୍ନବୀଙ୍କୁ ପ୍ରଶଂସାରେ କରିବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା ମା ଶ୍ରୀଦେବୀଙ୍କ ଶିକ୍ଷାର ପ୍ରଭାବ। ତାଙ୍କ ନାଁ ରଖିବେ ଆପଣ। ଶ୍ରୀଦେବୀ ସ୍ବର୍ଗରେ ଥାଇ ଖୁସି ଅନୁଭବ କରିବେ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ପଇସା ରୋଜଗାର କରିବା ସହଜ, କିନ୍ତୁ ଜଣେ ଭଲ ମଣିଷ ହେବା ବହୁତ କଷ୍ଟ। ସବୁବେଳେ ଖୁସିରେ ରୁହ।

Share