ଡ୍ରାଇଭରଙ୍କୁ ମାଡ଼ ମାରି ପ୍ରବାସୀ ଯୁବକ ଫେରାର

ପଦ୍ମପୁର, ୨୭ା୫(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ବିରସ ରାସ୍ତାର ସୁଇସଗେଟ୍‌ ଛକ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରବାସୀ ଯୁବକ ବସ୍‌ ଡ୍ରାଇଭର ଓ ଦୁଇଜଣ ଯୁବକଙ୍କୁ ମାଡ଼ ମାରି ଡ୍ରାଇଭରଙ୍କ ପର୍ସ ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ଭଣ୍ଡାରିପୋଖରୀଠାରୁ ଏକ ମିନିବସ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ରାଜଘରପୋଖରୀ ସଙ୍ଗରୋଧ କେନ୍ଦ୍ରକୁ ଜିଲାପ୍ରଶାସନ ପକ୍ଷରୁ ପଠାଯାଇଥିଲା। ବସ୍‌ ପଦ୍ମପୁର ଛକରେ ପହଞ୍ଚତ୍ବା ପରେ କିଆପଡ଼ାକୁ ଯିବାକୁ କହି ଗାଡ଼ି ରଖିବା ପାଇଁ ଯୁବକଜଣକ ଡ୍ରାଇଭରଙ୍କୁ କହିଥିଲେ। ଡ୍ରାଇଭର ପ୍ରଶାସନର ନିର୍ଦ୍ଦେଶମତେ ଗାଡ଼ି ବାଟରେ ରହିପାରିବନି ବୋଲି ମନା କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଗାଡ଼ି ନ ରଖିଲେ ଗାଡ଼ିରୁ ଡେଇଁ ପଡ଼ିବାକୁ ଯୁବକଜଣକ ଧମକ ଦେଇଥିଲେ। ଫଳରେ ଡ୍ରାଇଭର ଗାଡ଼ିର ଗତି ଧୀର କରିବାରୁ ଯୁବକଜଣକ ଓହ୍ଲାଇ ଡ୍ରାଇଭରଙ୍କୁ ମାର୍‌ପିଟ କରିଥିଲେ। ଗାଡ଼ିରେ ବସିଥିବା ଦୁଇଜଣ ଯୁବକ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଗାଡ଼ିରୁ ଏକ ରଡ଼ ଆଣି ଆକ୍ରମଣ କରିଥିଲେ। ଯୁବକଙ୍କ ଆକ୍ରମଣରେ ଗାଡ଼ି ଚାଳକ ଓ ଅନ୍ୟ ଦୁଇ ଯୁବକ ଆହତ ହୋଇଛନ୍ତି। ବାସୁଦେବପୁର ପୋଲିସ ଏଏସ୍‌ଆଇ ଚିତ୍ତରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଆକ୍ରମଣକାରୀ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।