ଯାତ୍ରୀବାହୀ ବସ୍‌ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ୬୦ଯାତ୍ରୀ

କେନ୍ଦୁଝର/କୋଳିମାଟି,୩୧।୮(ସ୍ବ.ପ୍ର./ଡି.ଏନ୍‌.ଏ): କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିିଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।
ପ୍ରକାଶ ଯେ, ରାଉତ ନାମକ ଏକ ଯାତ୍ରୀବାହୀ ବସ୍‌ (ଓ ୦୪ଇ/୯୫୯୧) ପ୍ରାୟ ୬୦ ଯାତ୍ରୀଙ୍କୁ ନେଇ କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। କୋଳିମାଟି ନିକଟରେ ଦୁଇଟି ଟ୍ରକ୍‌ ପଛରୁ ଦ୍ରୁତ ଗତିରେ ଆସି ଓଭରଟେକ୍‌ କରିବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଚାଲିଯାଇଥିଲା। ତେବେ ଯାତ୍ରୀମାନେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ରାସ୍ତାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।