Advertisement

ଡ୍ରାଇଭର ପାଇଁ ରୋଜା ରଖିଲେ ବନ ଅଧିକାରୀ

ମୁମ୍ବାଇ,୩୧।୫: ବହୁ ସ୍ଥାନରେ ଧର୍ମ ନାଁରେ ଦଙ୍ଗା, ମାରପିଟ୍‌ ଓ ରାଜନୀତି ହେଉଥିବା ଦେଖିବାକୁ ମିଳିଥାଏ। ହେଲେ ମହାରାଷ୍ଟ୍ରରେ ହିନ୍ଦୁ-ମୁସଲମାନ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ବୁଲଢ଼ାଣାର ବନ ଅଧିକାରୀ ସଞ୍ଜୟ ଏନ୍‌ ମାଲୀ ହିନ୍ଦୁ ହୋଇ ମଧ୍ୟ ନିଜର ମୁସଲମାନ ଡ୍ରାଇଭର ଜଫରଙ୍କ ପାଇଁ ରୋଜା ରଖି ଏକତାର ବାର୍ତ୍ତା ଦେଇଛନ୍ତି। ସୂଚନାଯୋଗ୍ୟ, ଜଫର ଅସୁସ୍ଥ ଥିବାରୁ ସେ ଚଳିତ ବର୍ଷ ରୋଜା ରଖିପାରିବେ ନାହିଁ ବୋଲି କହିଥିଲେ। ଫଳରେ ସଞ୍ଜୟ, ଡ୍ରାଇଭରଙ୍କ ପାଇଁ ରୋଜା ରଖିଥିଲେ। ସେ ସବୁ ଧର୍ମ ଉପରେ ବିଶ୍ୱାସ ରଖନ୍ତି, ରୋଜା ରଖିବା ପରେ ସଞ୍ଜୟ ବହୁ ସୁସ୍ଥ ଅନୁଭବ କରୁଛନ୍ତି ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share