ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଧାଡ଼ି

ଦାରିଙ୍ଗବାଡ଼ି,୨୩।୧୧(ଡି.ଏନ୍‌.ଏ.): ଡିସେମ୍ବର ପହିଲାରୁ ମୋଟର ଯାନ ଆଇନ କଡ଼ାକଡ଼ି ହେବାକୁ ଥିବାବେଳେ କନ୍ଧମାଳ ଜିଲାପାଳ ବୃନ୍ଦା ଡି. ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ିଚାଳନା ପ୍ରମାଣପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସରରେ ଶନିବାର ଏକ ଶିବିରର ଆୟୋଜନ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଆରଟିଓ ତଥା ଏମଭିଆଇ ଗତିକୃଷ୍ଣ ସାମନ୍ତରାୟଙ୍କ ତତ୍ତ୍ୱବଧାନରେ ପୂର୍ବାହ୍ନ ୧୦ଟାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଅପରାହ୍ନ ସୁଦ୍ଧା ମୋଟ ୪୦୦ ଜଣଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ଆହୁରି ୨ ଶହରୁ ଊର୍ଦ୍ଧ୍ୱ ଲୋକ ଲମ୍ବା ଧାଡ଼ିରେ ନାମ ପଞ୍ଜିକରଣ ପାଇଁ ଅପେକ୍ଷା କରିଥିବା ଜଣାପଡ଼ିଛି।

Share