Advertisement

ଡ୍ରାଇଭିଂ ସମୟରେ ଅଧିକାଂଶ ଭାରତୀୟ ମୋବାଇଲ ବ୍ୟବହାର କରନ୍ତି

ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରିବାର କୁପରିଣତି ଜାଣିବା ପରେ ମଧ୍ୟ ଭାରତରେ ପାଖାପାଖି ୬୨ ପ୍ରତିଶତ ଲୋକ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରୁଥିବା ଜଣାପଡିଛି। ଏପରି ଅଭ୍ୟାସ ଦ୍ୱାରା ଏମାନେ ନିଜେ ଅସୁବିଧାରେ ପଡିବା ସହ ଅନ୍ୟମାନଙ୍କ ଜୀବନପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ଲୋକଙ୍କୁ ଟ୍ରାଫିକ ପୋଲିସ ଧରୁଛନ୍ତି। ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରତି ୫ ଜଣରେ ୩ ଜଣ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରୁଥିବା ଜଣାପଡିଛି। ଏହି କ୍ଷେତ୍ରରେ ଉତ୍ତର ଭାରତୀୟମାନେ ସବୁଠାରୁ ଆଗରେ ଅଛନ୍ତି। ଯେତେବେଳେ ଦକ୍ଷିଣ ଭାରତରେ ଡ୍ରାଇଭିଂ ସମୟରେ ୫୨ ପ୍ରତିଶତ ଲୋକ ମୋବାଇଲ ବ୍ୟବହାର କରିଥାନ୍ତି ସେତେବେଳେ ଉତ୍ତର ଭାରତରେ ୬୨ ପ୍ରତିଶତ ଲୋକ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରନ୍ତି। ଖୋଲାଖୋଲି ଭାବେ ଆଇନର ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣରୁ ମାତ୍ର ଜଣେ ଏମିତି ଭୁଲ୍‌ ସ୍ବୀକାର କରୁଥିବା ବେଳେ ଅନ୍ୟମାନେ ଏହାକୁ ଅସ୍ବୀକାର କରନ୍ତି। ମୋବାଇଲ ବ୍ୟବହାର ସହ ଡ୍ରାଇଭିଂର ସ୍ପିଡ ମଧ୍ୟ ଅନେକ ସମୟରେ ଆମକୁ ଅସୁବିଧାରେ ପକାଉଥିବା ସର୍ବେକ୍ଷଣରୁ ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share