‘ଡ୍ରାଇଭ୍‌’ର ପ୍ରଥମ ଗୀତ ‘ମଖ୍‌ନା..’ ରିଲିଜ୍‌: ମସ୍ତି ମୁଡ୍‌ରେ ସୁଶାନ୍ତ-ଜ୍ୟାକ୍‌ଲିନ୍‌

ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ଙ୍କ ଅଭିନୀତ ଫିଲ୍ମ ‘ଡ୍ରାଇଭ୍‌’ ର ପ୍ରଥମ ଗୀତ ରିଲିଜ୍‌ ହୋଇଛି। ଗୀତ ‘ମଖ୍‌ନା…’ରେ ଏହି ଯୋଡ଼ିଙ୍କ କ୍ୟୁଟ୍‌ କେମେଷ୍ଟ୍ରୀ ସମ୍ପୂର୍ଣ୍ଣ ବାରିହୋଇ ପଡ଼ୁଛି। ଗୀତରେ ସମସ୍ତ କଳାକାରଙ୍କୁ ମସ୍ତି ମୁଡ୍‌ରେ ଦେଖିବାକୁ ମିଳୁଛି। କେତେବେଳେ ସେମାନେ ପାର୍ଟି କରୁଛନ୍ତି ତ ଆଉ କେତେବେଳେ ବୁଲୁଛନ୍ତି। ଗୀତକୁ ଦେଖିଲେ ଯାହା ମନେହେଉଛି, ଏହାର କାହାଣୀ ଏମିତି ବନ୍ଧୁଙ୍କ ଉପରେ ଆଧାରିତ ଯେଉଁମାନେ କାମ ଏବଂ ଘରଠାରୁ ଦୂରେକୁ ଯାଇ ମସ୍ତି କରୁଛନ୍ତି।

Share