Categories: ଫୁରସତ

ଡ୍ରାଗନ୍‌ ଲ୍ୟାମ୍ପ

ଗେମ୍‌ ଅଫ୍‌ ଥ୍ରୋନ୍‌ସ ଏକ କାଳ୍ପନିକ ଟେଲିଭିଜନ୍‌ ସିରିଜ୍‌। ଏହାର ଲୋକପ୍ରିୟତା ଏତେ ଯେ, ଏବେ ଏହି ସିରିଜ୍‌ରେ ଥିବା ଡ୍ରାଗନ୍‌କୁ ନେଇ ତିଆରି ହୋଇଛି ଏକ ଲ୍ୟାମ୍ପ। ଯାହା ଦେଖିବାକୁ ମୁଖରୁ ଅଗ୍ନି ଉଦ୍‌ଗିରଣ କଲା ଭଳି ଲାଗେ। ବୁଲଗେରିଆର କଳାକାର ତଥା ଅଟୋମେଶନ୍‌ ଓ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍‌ ଡାନିଏଲ ଏହାକୁ ତିଆରି କରିଛନ୍ତି। ୨୫ ସେ.ମି. ଉଚ୍ଚ ଓ ୨୫ ସେ.ମି. ଲମ୍ବ ବିଶିଷ୍ଟ ଏହି ଲ୍ୟାମ୍ପକୁ ୩ଡି ପଦ୍ଧତିରେ ନିର୍ମାଣ କରାଯାଇଛି। ଏହାକୁ ଡାନିଏଲ୍‌ଙ୍କ ଇଟ୍‌ସି ଷ୍ଟୋର୍‌ରୁ କିଣିହେବ। ଗେମ୍‌ ଅଫ୍‌ ଥ୍ରୋନ୍ସର ଫ୍ୟାନ୍‌ଙ୍କ ପାଇଁ ଏହା ନିଶ୍ଚିତଭାବେ ଭଲ ଉପହାର ଅଟେ। ଏହାକୁ ଜଳାଇଲେ ଡ୍ରାଗନ୍‌ ପାଟିରୁ ଲାଲ୍‌, ହଳଦିଆ, ଧଳା, ନୀଳ ରଙ୍ଗର ଅଗ୍ନି ନିର୍ଗତ ହେଉଥିବା ଭଳି ପ୍ରତ୍ୟୟ ହୁଏ। ଏହାବ୍ୟତୀତ ଗେମ୍‌ ଅଫ୍‌ ଥ୍ରୋନ୍ସ ଫ୍ୟାନ୍‌ଙ୍କ ପାଇଁ ଭଙ୍ଗା ଅଣ୍ଡା ଭିତରେ ଥ୍ରୀଡି ଡ୍ରାଗନ୍‌ ଛୁଆ ଥିବା ଶୋ’ପିସ୍‌ ତିଆରି କରାଯାଇଛି। ଏହା ବି ଏହି ସିରିଜ୍‌ର ଫ୍ୟାନ୍‌ଙ୍କ ପାଇଁ ଏକ ଭଲ କଲେକ୍ସନ ହେବ।

Share