Categories: ଖେଳ

ଡ୍ରିମ୍ସକୁ ଘରୋଇ ଗ୍ରାଉଣ୍ଡ କରିବ ସିକିମ

କଟକ ଅଫିସ,୧୭|୫- ଆସନ୍ତା କ୍ରିକେଟ ସିଜନରେ ଡ୍ରମ୍ସକୁ ଘରୋଇ ଗ୍ରାଉଣ୍ଡ ଭାବେ ବ୍ୟବହାର କରିବ ସିକିମ। ଏଠାରେ କୋଚିଂ କ୍ୟାମ୍ପ କରିବା ସହ ମ୍ୟାଚ ଖେଳିବ। ଏହି ପରିପ୍ରେକ୍ଷୀରେ ସିକିମ୍‌ କ୍ରିକେଟ ଆସୋସିଏସନ (ସିସିଏ) କର୍ମକର୍ତ୍ତା ବୁଧବାର ପୂର୍ବାହ୍ନରେ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି । ଆସୋସିଏସନର ସମ୍ପାଦକ ସୋନମ୍‌ ପାଲଡେନ୍‌ ଭୂତିଆ ଓ ଯୁଗ୍ମ ସମ୍ପାଦକ ନାରାୟଣ ଥିରିଙ୍ଗ ଭୂତିଆ ଡ୍ରିମ୍‌ସ କ୍ରିକେଟ ଗ୍ରାଉଣ୍ଡ, ପିଚ୍‌, ଏହାର ଆର୍ଥ ଗ୍ୟାଲେରୀ, ପ୍ୟାଭିଲିୟନ, ଅମ୍ପାୟର୍ସ ରୁମ୍‌, ଅଫିସିଆଲ ରୁମ ଓ ପ୍ରେସ ଗ୍ୟାଲେରୀ ସମେତ ଷ୍ଟାଡିୟମରେ ଉପଲବ୍ଧ ସୁବିଧାସୁଯୋଗ ବୁଲି ଦେଖିଥିଲେ। ବିଶେଷ କରି ଜିମ୍‌, ସୁଇମିଂ ପୁଲ ଇତ୍ୟାଦି ପରିଦର୍ଶନ କରିବା ସହିତ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଅନ୍ତର୍ଜାତୀୟସ୍ତରର କ୍ରୀଡା ଭିତ୍ତିଭୂମିର ଉଚ୍ଚପ୍ରଶଂସା କରିଥିଲେ । କ୍ରୀଡା ନିର୍ଦ୍ଦେଶକ ନବକିଶୋର ମିଶ୍ର ଓ ଅନ୍ୟ ଅଧିକାରୀ ସେମାନଙ୍କୁ ସ୍ବାଗତ କରିବା ସହ ଅଭ୍ୟର୍ଥନା ଜଣାଇଥିଲେ ।

Share