Categories: ବାଣିଜ୍ୟ

ଡ୍ରିମ୍ସ ସ୍ବୟଂଶାସିତ କଲେଜକୁ ଗାନ୍ଧୀ ସମ୍ମାନ

ଭୁବନେଶ୍ୱର,୧୫-୫: ଇଣ୍ଡିଆନ ସୋସାଇଟ ଫର ଟେକ୍ନିକାଲ ଏଜୁକେଶନ (ଆଇଏସ୍‌ଟିଇ) ପକ୍ଷରୁ ୨୦୧୮ ବର୍ଷ ପାଇଁ ଡ୍ରିମ୍ସ ସ୍ବୟଂଶାସିତ ବୈଷୟିକ ମହାବିଦ୍ୟାଳୟକୁ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଭାବେ ଗାନ୍ଧୀ ସମ୍ମାନ ପ୍ରଦାନ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର କୁମାର ଦାସଙ୍କୁ ନାରାୟଣ ମେମୋରିଆଲ ଶ୍ରେଷ୍ଠ ଅଧ୍ୟକ୍ଷ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଡ୍ରିମ୍ସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ପ୍ରମୋଦ ଚନ୍ଦ୍ର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବାବଦ ମିଳିଥିବା ପ୍ରଶସ୍ତି ପତ୍ରକୁ ଛାତ୍ରୀଛାତ୍ର ଏବଂ ଅଧ୍ୟାପିକାଅଧ୍ୟାପକଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଥିଲେ। ସମ୍ମିଳିତ ପ୍ରଚେଷ୍ଟା ଦ୍ୱାରା ଡ୍ରିମ୍ସ ଏଭଳି ଗୌବର ଅଧିକାରୀ ହୋଇ ପାରିଛି ବୋଲି ରଥ ନିଜର ଅଭିଭାଷଣରେ କହିଛନ୍ତି।

Share