ଖଇରା, ୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଛପଟ ଡ୍ରେନରେ ଗୁରୁବାର ସକାଳେ ଏକ ନବଜାତ ଶିଶୁର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଖଇରା ପୋଲିସ ଏହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସୋର ପଠାଇଛି । ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁଟି ଜନ୍ମ ହୋଇ ମୃତ୍ୟୁବରଣ କରିବା ପରେ ତାକୁ ଡ୍ରେନରେ ଫିଙ୍ଗିଦିଆଯାଇଥିବା ସ୍ଥାନୀୟ ବ୍ୟବସାୟୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହେଲେ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଏନୋଲା ଜଗଦେବ ଏହାକୁ ଅସ୍ବୀକାର କରିବା ସହ ଏଭଳି କାର୍ଯ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ହୋଇ ନ ଥିବା କହିଛନ୍ତି ।