ବ୍ରହ୍ମପୁର ଅଫିସ,୨ା୬-ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) ୧୪ ନଂ. ୱାର୍ଡ ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗରରେ ଦୀର୍ଘ ଦିନ ଧରି ଡ୍ରେନ୍ ମରାମତି କାର୍ଯ୍ୟ ହେଉ ନ ଥିବା ନେଇ ଅଭିଯୋଗ ହୋଇଛି ା ଏନେଇ ଅନ୍ନପୂର୍ଣ୍ଣା ନଗର ବାସିନ୍ଦା ଶନିବାର ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି ା
ସହରର ବିଭିନ୍ନ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସୁଧାରିବାକୁ ନୂତନ ଡ୍ରେନ ସହ କଭର ସ୍ଲାବ ନିର୍ମାଣ କରାଯାଉଥିବା ବେଳେ ୧୪ ନଂ. ୱାର୍ଡ ଶାସ୍ତ୍ରୀନଗରଠାରୁ ଅନ୍ନପୂର୍ଣ୍ଣା ନଗର କୁଠାରୀ ମନ୍ଦିର ସାହିକୁ ସଂଯୋଗ କରୁଥିବା ଡ୍ରେନ୍ର ପୁନରୁଦ୍ଧାର କାର୍ଯ୍ୟରେ ଅବହେଳା କରାଯାଉଛି। ଫଳରେ ଡ୍ରେନ୍ ପାଣି ସାହିର ମୁଖ୍ୟରାସ୍ତାରେ ଜମି ରହୁଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏ ନେଇ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଞ୍ଚଳବାସୀ କହିଛନ୍ତି। ବର୍ଷାଦିନ ପୂର୍ବରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସତ୍ୟ ସାହୁଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ ା