ଡ୍ରେନ୍‌ରେ ପଡ଼ି ୩ ବାର୍‌ହା ଛୁଆ ମୃତ

ପାତ୍ରପୁର,୬ା୯(ଡି.ଏନ୍‌.ଏ.)- ସାମନ୍ତିଆପଲ୍ଲି ବନାଞ୍ଚଳରେ ଦିନକୁ ଦିନ ବାର୍‌ହା ସଂଖ୍ୟା ବଢିଚାଲିଛି। ଜଙ୍ଗଲ କ୍ଷୟ ଯୋଗୁ ଏମାନେ ଅନେକ ସମୟରେ ଜନବସତି ମୁହଁା ହେଉଛନ୍ତି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। ବୁଧବାର ମା’ ବାର୍‌ହା ସହ ଆସିଥିବା ୩ ଛୁଆଙ୍କର ଡ୍ରେନ୍‌ରେ ପଡି ମୃତ୍ୟୁ ଘଟିଛି। ପ୍ରକାଶ ଯେ, ମା’ ବାର୍‌ହା ସହ ୭ଟି ଛୁଆ ବୁଧବାର ରାତିରେ ଖାଦ୍ୟ ଅନ୍ବେଷଣରେ ଆସିଥିଲେ। କୁଠାରୀ ମନ୍ଦିର ନିକଟ ଡ୍ରେନରେ ବର୍ଷାଯୋଗୁ ଜୋର୍‌ରେ ପାଣି ଚାଲୁଥିବାରୁ ମା’ ଓ ଛୁଆମାନେ ସେଥିରେ ଫସି ଯାଇଥିଲେ। ସକାଳୁ ସ୍ଥାନୀୟ ଲୋକେ ସେହି ବାଟ ଦେଇ ଯିବାବେଳେ ମା’ ଡ୍ରେନ୍‌ରୁ ଉଠି ଜଙ୍ଗଲ ଆଡେ ପଳାଇଥିଲା। ଲୋକମାନେ ୪ଛୁଆଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ। ମାତ୍ର ଅନ୍ୟ ୩ ଛୁଆଙ୍କର ସେତେବେଳକୁ ପାଣିରେ ବୁଡି ମୃତ୍ୟୁ ଘଟିସାରିଥିଲା।