କଟକ ଅଫିସ, ୨୨।୧୦: କଟକ ସୂତାହାଟ ଡ୍ରେନ୍ କଡ଼ରୁ ମଙ୍ଗଳବାର ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଶିଶିକନ୍ୟାଙ୍କୁ ଉଦ୍ଧାରକରି ଚିକତ୍ସା ନିମନ୍ତେ ଶିଶୁ ଭବନରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଛି। ଖବର ପାଇ ଚାଇଲ୍ଡଲାଇନ୍ କର୍ମକର୍ତ୍ତାମାନେ ଶିଶୁଭବନରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।