Categories: ଗଞ୍ଜାମ

ଡ୍ରେନ୍‌ ନାହିଁ, ବର୍ଷା ହେଲେ ଘରେ ପଶୁଛି ପାଣି

ରାଇକିଆ,୩୦।୫(ଡ଼ି.ଏନ.ଏ)- ରାଇକଆ ଷ୍ଟେଟ୍‌ ବ୍ୟାଙ୍କ ରୋଡ଼ରୁ ପଡ଼ିଶିଲା ଯିବା ରାସ୍ତାରେ ସାମାନ୍ୟ ବର୍ଷା ହେଲେ ପାଣି ଜମୁଛି ା ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ଏଭଳି ସମସ୍ୟା ଉପୁଜୁଥିବା ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିମାସ ତଳେ ଏଠାରେ କଂକ୍ରିଟ ରାସ୍ତା ମିର୍ମାଣ କରାଯାଇଥିଲା। ପୂର୍ବରୁ ଡ୍ରେନେଜ ବ୍ୟବସ୍ଥା ନଥିବା ବେଳେ ଏହାକୁ ଦୃଷ୍ଟି ଦିଆ ନଯାଇ ରାସ୍ତା କାମ ହୋଇଥିଲା। ବର୍ତ୍ତମାନ ସାମାନ୍ୟ ବର୍ଷାହେଲେ ରାସ୍ତା କଡରେ ୨ଫୁଟର ପାଣି ଜମୁଛି। ଲୋକେ ଘରୁ ବାହାରି ପରୁନାହାନ୍ତି। ଏପରିକି ଘରେ ମଧ୍ୟ ପାଣି ପଶୁଛି। ୨ଦିନ ତଳେ କାଳବୈଶାଖୀ ପ୍ରଭାବରେ ବର୍ଷା ପରେ ପାଣି ପଶିଯିବାରୁ ଲୋକେ ହଇରାଣ ହୋଇଥିଲେ। ରାଇକିଆ ବ୍ଲକରେ କିମ୍ବା ପଞ୍ଚାୟତ ତରଫରୁ ଏପରି ଅନେକ ସ୍ଥାନରେ ଡ୍ରେନ କିମ୍ବା ରାସ୍ତା ନିର୍ମାଣ ବେଳେ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଫଳରେ ପରବର୍ତ୍ତୀ ସମୟରେ ବର୍ଷା ହେଲେ କିମ୍ବା ପାଣି ଜମିଲେ ଲୋକେ ହଇରାଣ ହେଉଛନ୍ତି।